Latest Odisha News

ସୁବାସ ଚୌହାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ପଶ୍ଚିମ ଓଡିଶା ଉନ୍ନୟନ ପରିଷଦର ଅଧ୍ୟକ୍ଷ ତଥା ବିଜେଡି ନେତା ସୁବାସ ଚୌହାନଙ୍କ ରବିବାର ଦିନ ପରଲୋକ ଘଟିଛି ।

ଏହି ରାଜନେତାଙ୍କ ବିୟୋଗରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ବିଟ କରି ଶୋକ ବ୍ୟକ୍ତ କରିଛନ୍ତି।

ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।

 

 

 

ସୂଚନାଯୋଗ୍ୟ, ଲିଭର କ୍ୟାନସରରେ ପୀଡିତ ଥିବା ସ୍ବର୍ଗତଃ  ସୁବାସଙ୍କର ଗତକାଲି ବିଳମ୍ବିତ ରାତି ୩.୩୦ରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା।

ଅଧିକ ପଢନ୍ତୁ- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନଙ୍କ ପରଲୋକ

Comments are closed.