Latest Odisha News

BREAKING NEWS

ଦୂତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଏସୀୟ କ୍ରୀଡ଼ାରେ ଓଡ଼ିଶାର ଦୌଡ଼ରାଣୀ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ହାସଲ କରି ରୌପ୍ୟ ପଦକ ହାସଲ କରିଛନ୍ତି । ଦୂତିଙ୍କ ଏହି ସଫଳତାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଦୂତିଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି “ଅଭିନନ୍ଦନ ଦୂତି, ପ୍ରତ୍ୟେକ ଓଡ଼ିଆ ତୁମ ପାଇଁ ଗର୍ବିତ” ।

 

ଦୂତି ଇଣ୍ଡୋନେସିଆରେ ଅନୁଷ୍ଠିତ ହେଉଥିବା ଏସୀୟ କ୍ରୀଡ଼ାରେ ମହିଳା ୧୦୦ ମିଟର ଦୌଡ଼ରେ ୧୧.୩୨ ସେକେଣ୍ଡରେ ଅତିକ୍ରମ କରି ରୌପ୍ୟ ପଦକ ହାସଲ କରିପାରିଛନ୍ତି । ବାହାରିନର ପ୍ରତିଦ୍ୱନ୍ଦୀ ଦୂତିଙ୍କଠୁ ମାତ୍ର ୨ ସେକେଣ୍ଡ କମ୍ ଟାଇମିଂରେ ଦୌଡ଼ ଶେଷ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭାରତ ପଛକୁ ଚୀନ ତୃତୀୟ ହୋଇଛି ।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ଟ୍ୱିଟ୍ଟ୍ କରି ଦୂତିଙ୍କୁ ସଫଳତା ଲାଗି ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.