Latest Odisha News

BREAKING NEWS

ବାତ୍ୟା ମୁକାବିଲା: ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଲେଶ୍ୱର ପଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ସରକାର ଦମ୍ ଲଗାଇ ଦେଇଛନ୍ତି । ପ୍ରଭାବିତ ଆଶଙ୍କା ଥିବା ୪ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ତଳି ଅଞ୍ଚଳ ଓ ବିପଦ ଆଶଙ୍କା ଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଉଛି । ବିଦ୍ୟୁତ ଯୋଗାଣକୁ ଫୋକସ୍ ବି କରିଛନ୍ତି ସରକାର । ଏଥିପାଇଁ ଗ୍ରାଉଣ୍ଡରେ ବାତ୍ୟା ମୁକାବିଲା ପାଇଁ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ବାଲେଶ୍ୱର ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାଲେଶ୍ୱରରେ ରହି ସ୍ଥିତିର ଅନୁଧ୍ୟାନ କରିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । କ୍ୟାମ୍ପ କରି ସ୍ଥିତି ଉପରେ ନଜର ରଖିବେ । ପୂର୍ବରୁ ୫ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୫ ଜଣ ବରିଷ୍ଠ ଆଇଏଏସ୍ ଓ ୫ ଜଣ ଆଇପିଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର । ସେମାନେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ମୁକାବିଲା ଓ ରିଲିଫ କାର୍ୟ୍ୟର ତଦାରଖ କରିବେ ।

Leave A Reply

Your email address will not be published.