Latest Odisha News

BREAKING NEWS

ବିଶିଷ୍ଟ ସାହିତ୍ୟିକ ପ୍ରଫେସର୍ ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ପ୍ରଫେସର୍ ନିତ୍ୟାନନ୍ଦ ଶତପଥୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତିି ।

ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରି କହିଛନ୍ତି, “ଓଡ଼ିଆ ସାହିତ୍ୟ ଲାଗି ପ୍ରଫେସର୍ ନିତ୍ୟାନନ୍ଦ ଶତପଥୀଙ୍କ ଅବଦାନ ଅତୁଳନୀୟ । ତାଙ୍କର ବିୟୋଗ ଯୋଗୁଁ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି ଘଟିଛି ।” ଏଥିସହିତ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଶତପଥୀଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ଅଧିକ ପଢନ୍ତୁ: ପରଲୋକରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ନିତ୍ୟାନନ୍ଦ ଶତପଥୀ

ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ ସାହିତ୍ୟିକ ପ୍ରଫେସର୍ ଶତପଥୀଙ୍କର ବୁଧବାର ଦିନ ଭୁବନେଶ୍ୱସ୍ଥିତ ବାସଭବନରେ ଦେହାନ୍ତ ହୋଇଥିଲା । ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

ସ୍ୱର୍ଗତ ଶତପଥୀଙ୍କର ରଚନା ଗୁଡ଼ିକ ମଧ୍ୟରେ ‘ହେ ସାଥୀ ହେ ସାରଥୀ’ , କବିତା ସେତୁ, ସବୁଜରୁ ସାଂପ୍ରତିକ, ସତୁରୀରୁ ସହସ୍ରାବ୍ଦୀ ଭଳି ଅନେକ ବହି ପାଠକୀୟ ଆଦୃତି ଲାଭ କରିପାରିଛି ।

Leave A Reply

Your email address will not be published.