Latest Odisha News

BREAKING NEWS

ପରଲୋକରେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ନିତ୍ୟାନନ୍ଦ ଶତପଥୀ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ପ୍ରଫେସର ଡକ୍ଟର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ । ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି ।

୧୯୩୭ ମସିହା ଅକ୍ଟୋବର ୨୫ତାରିଖରେ ଜଗତସିଂହପୁର ତିର୍ତ୍ତୋଲ ଅନ୍ତର୍ଗତ ଗରେଇ ଶାସନରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଶତପଥୀ । ରେଭନସା କଲେଜରୁ ସ୍ନାତ୍ତୋକତର ପାଠ ଶେଷ କରିବା ପରେ ସେ ସେହିଠାରେ ହିଁ ୧୯୬୨ ମସିହାରେ ଅଧ୍ୟାପନା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡିଆ ବିଭାଗରେ ଯୋଗ ଦେଇଥିଲେ । ୧୯୯୦ରୁ ୧୯୯୨ ଯାଏଁ ସେ ବିଭାଗୀୟ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ଥିଲେ ।

ସ୍ୱର୍ଗତ ଶତପଥୀଙ୍କ ପତ୍ନୀ ପ୍ରତିଭା ଶତପଥୀ ମଧ୍ୟ ସରକାରୀ କଲେଜରୁ ଅଧ୍ୟାପିକା ଭାବେ ଅବସର ନେଇଛନ୍ତି । ତାଙ୍କ ଚାରି ଝିଅ ପାରମିତା, ମଧୁବ୍ରତା, ଅସୀତା ଓ ଇସ୍ପିତା । ପାରମିତା ବର୍ତ୍ତମାନ ଆୟକର ବିଭାଗର କମିଶନର ଭାବେ ଅବସ୍ଥାପିତ ।

ତାଙ୍କ ସାହିତ୍ୟ ରଚନା ଭିତରେ ‘ହେ ସାଥୀ ହେ ସାରଥୀ’ ଶୀର୍ଷକ ପୁସ୍ତକ ଉତ୍କଳମଣି ଗୋପବନ୍ଧୁ ଜୀବନୀ ଉପରେ ଆଧାରିତ ଥିଲା । ଏଥି ସହିତ ତାଙ୍କର କବିତା ସେତୁ, ସବୁଜରୁ ସାଂପ୍ରତିକ, ସତୁରୀରୁ ସହସ୍ରାବ୍ଦୀ ଭଳି ଅନେକ ବହି ପ୍ରକାଶ ପାଇଛି । ଏଥି ସହ ବହୁ ସାହିତ୍ୟ ଅନୁଷ୍ଠାନ ସହ ସେ ଜଡିତ ଥିଲେ । ସେ ମଧ୍ୟରେ ରହିଛନ୍ତି ପୂଜ୍ୟପୂଜା ସଂସଦ, ଶାରଳା ପୁରସ୍କାର, ଓଡିଶା ସାହିତ୍ୟ ଏକାଡେମୀ ଇତ୍ୟାଦି ।

Leave A Reply

Your email address will not be published.