Latest Odisha News

BREAKING NEWS

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି ।ରାଜ୍ୟର ଆର୍ôଥକ ଅନଗ୍ରସର ଦାରିଦ୍ର‌୍ୟ ସୀମାରେଖା ତଳେ ରହିଥିବା ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁବିଧା ନିମନ୍ତେ ରାଜ୍ୟ ସରକାର ୨୦୧୬ ମସିହାରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରିଅଛନ୍ତି ।

ଏହି ଯୋଜନା ରାଜ୍ୟ ପର୍ଯ୍ୟଟନ ବିଭାଗ ଏବଂ ଆଇ.ଆର.ସି.ଟିର ସହଯୋଗରେ କାର୍ଯ୍ୟକାରୀ ହେଉଅଛି । ପର୍ଯ୍ୟଟନ ବିଭାଗ ତରଫରୁ ଆର୍ଥିକ ବର୍ଷ ୨୦୧୬-୧୭, ୨୦୧୭-୧୮ ଏବଂ ୨୦୧୮-୧୯ରେ ଏହି ତୀର୍ଥଯାତ୍ରା ମାଧ୍ୟମରେ ୧୦ଟି ପର୍ଯ୍ୟାୟରେ ପାଖାପାଖି ୧୦,୦୦୦ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ସୁଯୋଗ ଲାଭ କରିଅଛନ୍ତି ।

୧୧ତମ ତୀର୍ଥଯାତ୍ରୀଟ୍ରେନ, ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାର ପ୍ରାୟ ୯୬୪ ତୀର୍ଥଯାତ୍ରୀଙ୍କୁ ନେଇ ଆଜି ତା ୨୪.୦୨.୨୦୧୯ ରିଖ ଅପରାହ୍ନ ୧୨.୪୫ ମିନିଟରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ କଲିକତା ଓ କାମାକ୍ଷା ଅଭିମୁଖେ ଯାତ୍ରା ଆରମ୍ଭ କରିଅଛି । ଏହି ତୀର୍ଥଯାତ୍ରାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଠାରୁ ଶୁଭାରମ୍ଭ କରିଅଛନ୍ତି ।

ଉକ୍ତ ଯାତ୍ରାର ଅବଧି ତା ୨୪.୦୨.୨୦୧୯ ରୁ ଅୋରମ୍ଭ ହୋଇ ତା.୧.୩.୨୦୧୯ ରିଖରେ ଶେଷ ହେବ । ଉକ୍ତ ଶୁଭାରମ୍ଭ ଉତ୍ସବରେ ମାନ୍ୟବର ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, ପର୍ଯ୍ୟଟନ ବିଭାଗ ଶାସନ ସଚିବ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗର ଅନ୍ୟାନ୍ୟ କର୍ମକର୍ତ୍ତା, ପର୍ଯ୍ୟଟନ ଉନ୍ନୟନ ନିଗମର ବରିଷ୍ଠ କର୍ମକର୍ତ୍ତା ସହିତ ଆଇ.ଆର.ସି.ଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.