ଭୁବନେଶ୍ବର : ରାଜ୍ୟରେ ଉଭୟ ଛୋଟ ଓ ବଡ଼ ଶିଳ୍ପାନୁଷ୍ଠାନକୁ ପ୍ରୋତ୍ସାହିତ କରିବା ତଥା ଶିଳ୍ପାୟନ ପରିବେଶକୁ ବ୍ୟାପକ କରିବା ଲକ୍ଷ୍ୟରେ ଭୁବନେଶ୍ବରରେ ଆରମ୍ଭ ହୋଇଛି ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୧ । ଭର୍ଚୁଆଲ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ତଥା କନଫେଡ଼ରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ ବା ସିଆଇଆଇର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏଣ୍ଟରପ୍ରାଇଜ୍ ଓଡ଼ିଶାର ଏହା ହେଉଛି ୨୩ତମ ସଂସ୍କରଣ । ଆସନ୍ତା ଡିସେମ୍ବର ୧୭ ତାରିଖ ଯାଏଁ ଚାଲିବ ଏହି କାର୍ଯ୍ୟକ୍ରମ । ମୁଖ୍ୟତଃ ଷ୍ଟାର୍ଟଅପ୍ ଓ ଯୁବ ଶିଳ୍ପୋଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ସହିତ ଗୋଟିଏ ଫୋରମରେ ପରସ୍ପର ଭିତରେ ଭାବର ଆଦାନ ପ୍ରଦାନ ସୁଯୋଗ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଉଭୟ ଫିଜିକାଲ ଓ ଭର୍ଚୁଆଲ ମୋଡ଼ରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମ ମାସେ ପର୍ଯ୍ୟନ୍ତ ଚାଲିବ ।
BREAKING NEWS
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
- ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ପେଟ୍ରୋଲିୟମ ସଚିବଙ୍କ ବଡ଼ ଘୋଷଣା
Comments are closed.