Latest Odisha News

ବଦଳିଲା ନବୀନଙ୍କ ମନ୍ତ୍ରିମଣ୍ଡଳ, ହଟିଲେ ନିଗମ ଅଧ୍ୟକ୍ଷ ଓ ଉପଦେଷ୍ଟା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳ ପାଇଁ ନୂଆ ଟିମ୍ ତିଆରି କରିଛନ୍ତି। ଏହାପରେ 23ଟି ବିଭାଗର ଥିବା ଅଧ୍ୟକ୍ଷ ଏବଂ ଉପଦେଷ୍ଟାଙ୍କୁ ହଟାଇ ଦେଇଛନ୍ତି। ଆଜିଠାରୁ ଏମାନେ ଆଉ ନିଜ ନିଜ ପଦରେ ରହିପାରିବେ ନାହିଁ। ତେବେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ଏହିସବୁ ପଦରେ ପୁଣିଥରେ ଦଳୀୟ ନେତାଙ୍କୁ ଥଇଥାନ କରାଯିବ ବୋଲି ଜଣାପଡିଛି।

ଯେଉଁ 23 ନେତା ଏହି ପଦରେ ଥିଲେ ସେମାନେ ହେଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ହାଉସିଂ ବୋର୍ଡର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ, ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ଓରଫ କୁନା ତ୍ରିପାଠୀ, ଓଡ଼ିଶା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ମୁଖ୍ୟ ବିଜୟ ନାୟକ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂ ଦେଓ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣର ସୁଧୀର ଦାସ ପ୍ରମୁଖ ରହିଛନ୍ତି।

ସେହିପରି ଏହା ପୂର୍ବରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପୂର୍ବରୁ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଇସ୍ତଫା ଦେଇସାରିଛନ୍ତି।

Comments are closed.