Latest Odisha News

BREAKING NEWS

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ନୂଆପଡା ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନୂଆପଡା ଗସ୍ତରେ ଯିବେ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ଗସ୍ତ ସମୟରେ ସେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ।

BjdElectrycity

ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ମିଳିଥିବା ସୂଚନା ଅନୁଯାୟୀ, ସକାଳ ୧୧ଟା ୧୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଟିଖାଲି ଡ୍ୟାମ ନିକଟରେ ପହଞ୍ଚିବେ । ସେହିଠାରେ ହିଁ ସେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ । ଏହି ପ୍ରକଳ୍ପ ଫଳରେ ନୂଆପଡାର ୧୩ ହଜାର ହେକ୍ଟର ଓ ବଲାଙ୍ଗିର ୧୬ ହଜାର ହେକ୍ଟର ଚାଷ ଜମିରେ ଜଳସେଚନ ହୋଇପାରିବ ।

ଏହା ପରେ ଖରିଆରର ଆର୍ତ୍ତତ୍ରାଣ ହାଇସ୍କୁଲରେ ଆୟୋଜିତ ବୈଠକରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ପ୍ରଦାନ କରିବେ । ଏଥି ସହିତ ଜିଲ୍ଲାରେ ୪ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଉଦଘାଟନ କରିବେ ।

Leave A Reply

Your email address will not be published.