Latest Odisha News

BREAKING NEWS

ଗଞ୍ଜାମ ଜିଲ୍ଲାବାସୀଙ୍କୁ ମିଳିବ BSKY ସ୍ମାର୍ଟ କାର୍ଡ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପ୍ରଥମେ ମୁଖ୍ୟମନ୍ତ୍ରୀ ପୁରୁଷୋତ୍ତମପୁରରେ ପହଞ୍ଚି ମା’ ତାରାତାରିଣୀଙ୍କ ଦର୍ଶନ କରିବେ । ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏହାଦ୍ୱାରା ଉପକୃତ ହେବେ ଜିଲ୍ଲାର ୨୫ ଲକ୍ଷ ପରିବାର ।

ଏଥିସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ମୋଟ୍ ୨୨ଶହ ୮୧ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ । ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧତ କରିବେ ।

ଆଜି ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ ଛକରେ ପହଞ୍ଚି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୦୦ କୋଟି ଟଙ୍କାର ବ୍ୟାଙ୍କ କ୍ରେଡିଟ୍ ଲିଙ୍କେଜ୍ ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି ।

ମିଶନ ଶକ୍ତି ପକ୍ଷରୁ ବ୍ୟାଟେରୀ ଚାଳିତ ଯାନର ଲୋକାର୍ପଣ, ଗଞ୍ଜାମ ଦର୍ଶନ ବସର ଶୁଭାରମ୍ଭ କରିବେ । ଏଥିସହ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁର ସ୍ମାର୍ଟ କ୍ଲାସ୍ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦାୟିତ୍ୱରେ ମୁତୟନ ଅଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

Leave A Reply

Your email address will not be published.