Latest Odisha News

BREAKING NEWS

ଫେରିଛି ମହାମାରୀ ଭୟ: ଆଜି ରାଜ୍ୟରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁଣି ଥରେ କଡ଼ ଲେଉଟାଇଛି କରୋନା । ଦୈନିକ ସଂକ୍ରମଣ ବଢୁଛି । ଗତ କିଛି ଦିନ ହେବ ରାଜ୍ୟରେ ଶହେ ଉପରେ ରହୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ଉପରେ ନଜର ରଖିଛନ୍ତି ସରକାର । ଆଜି ରାଜ୍ୟରେ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓକନଫରେନ୍ସିଂରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ସେମାନଙ୍କଠାରୁ ଫିଡବ୍ୟାକ୍ ନେବେ ।

ଗତକାଲି ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ସଚିବ ସୁରେଶ ମହାପାତ୍ର । ମୁକାବିଲା ପାଇଁ ପୁଣି ଥରେ ଗ୍ରାମ୍ୟ କୋଭିଡ୍ ପରିଚାଳନା କମିଟିକୁ ଦାୟିତ୍ୱ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ବାହାରୁ ଆସୁଥିବା ଲୋକ ବିଶେଷ କରି ପ୍ରବାସୀଙ୍କ ଉପରେ କଡ଼ା ନଜର ରଖିବ ଗ୍ରାମ କମିଟି । ସରପଞ୍ଚ, ଓ୍ୱାର୍ଡ ମେମ୍ୱର, ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ସଜାଗ ରହିବା ପାଇଁ କୁହାଯାଇଛି । ସେମାନେ ଲୋକଙ୍କୁ ସଚେତନ କରାଇବେ ।

Leave A Reply

Your email address will not be published.