Latest Odisha News

BREAKING NEWS

ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ହେଉଛି ବଡ଼ଦିନ ବା ଖ୍ରୀଷ୍ଟମାସ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଯୀଶୁଙ୍କ ସ୍ୱାଗତ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଚାରିଦିଗ। ଲୋକେ ପରସ୍ପରକୁ ଉପହାର ଦେବା ସହିତ ପରସ୍ପରକୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ରାଜ୍ୟବାସୀଙ୍କୁ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି। ‘‘ବଡ଼ଦିନରେ ସମସ୍ତଙ୍କ ଜୀବନ ଖୁସି, ଆନନ୍ଦ, ଶାନ୍ତିରେ ପରିପୂର୍ଣ୍ଣ ହେଉ ବୋଲୁ’’ ଟୁଇଟରେ ଲେଖିଛନ୍ତି ନବୀନ।

ବଡ଼ଦିନ ପାଇଁ ରାଜ୍ୟର ସମସ୍ତ ଚର୍ଚ୍ଚଗୁଡ଼ିକ ସଜେଇ ହୋଇଛନ୍ତି। ମାତ୍ର କରୋନା ଯୋଗୁଁ ଚଳିତ ଥର ବଡ଼ଦିନ ପାଳନ ଫିକା ପଡିଛି।

Comments are closed.