ଭୁବନେଶ୍ୱର: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଓଡ଼ିଆମାନେ ଆଜିର ଏହି ପବିତ୍ର ଦିବସକୁ ନୂଆବର୍ଷ ରୂପେ ପାଳନ କରିଥାଆନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ଓଡ଼ିଶାବାସୀଙ୍କୁ ପଣା ସଂକ୍ରାନ୍ତି ତଥା ନବବର୍ଷର ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ। #PanaSankranti #OdiaNewYear pic.twitter.com/gIyTviR9we
— Naveen Patnaik (@Naveen_Odisha) April 13, 2020
ଅନ୍ୟପଟେ କରୋନାମହାମାରୀ ଭଳି ଘଡିସନ୍ଧି ସମୟରେ ବି ଓଡିଶାବାସୀ ତଥା ସମଗ୍ର ଭାରତର ଓଡିଆଙ୍କୁ ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଓଡ଼ିଶାବାସୀଙ୍କୁ ଓଡ଼ିଆ ନବ ବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଅଭିନନ୍ଦନ । ବର୍ଷ ସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା ।
Happy #OdiaNewYear and Maha Bishuba Pana Sankranti. May the coming year bring happiness and good health in everyone’s lives.
— Narendra Modi (@narendramodi) April 13, 2020
Comments are closed.