Latest Odisha News

BREAKING NEWS

ନୀତିଶ କୁମାର ଅସୁସ୍ଥ, ଡାକ୍ତରଖାନାରେ ଭର୍ତି

ପାଟନା: ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶନିବାର ଅସୁସ୍ଥ ହୋଇ ପଡିଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ହାଥରେ ପ୍ରବଳ ଯନ୍ତ୍ରଣା ଅନୂଭବ କରିବାରୁ ନୀତିଶଙ୍କୁ ମେଦାନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା । ନିର୍ବାଚନ ପୂର୍ବରୁ ଏ ପର୍ଯ୍ୟନ୍ତ ସେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀରେ ଯୋଗ ଦେଇ ଆସିଛନ୍ତି । ଜୁନ ୨୯ରେ ଜନତା ଦଳ ୟୁନାଇଟେଡର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଲୋକସଭା ନିର୍ବାଚନ ପ୍ରଚାର ଅବସରରେ ମଧ୍ୟ ସେ ଅସୁସ୍ଥ ହୋଇ ପଡିଥିଲେ ।

ଏନଡିଏ ସରକାର ଗଠନ ହେବା ପରେ ମନ୍ତ୍ରୀମଣ୍ଡଳରେ ଜେଡୁୟୁର ୨ ନେତାଙ୍କୁ ସାମିଲ କରାଯାଇଛି । ଶୁକ୍ରବାର ଏକ ବୈଠକରେ ବେକାରୀ ସମସ୍ୟା ନେଇ ସେ ଆଲୋଚନା କରିଥିଲେ । ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି ସେ ଆଶ୍ୱସନା ଦେଇଛନ୍ତି ।

Leave A Reply

Your email address will not be published.