Latest Odisha News

BREAKING NEWS

‘୮୦ ବର୍ଷର ଓଡ଼ିଶା ବଜେଟ’ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘୮୦ ବର୍ଷର ଓଡ଼ିଶା ବଜେଟ’ ପୁସ୍ତିକାକୁ ଆଜି ଜୟଦେବ ଭବନଠାରେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ପୁସ୍ତକ ଉନ୍ମୋଚନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବଜେଟକୁ ନେଇ ଏହିପରି ପୁସ୍ତକ ପ୍ରକାଶନ ହେଉଛି ଦେଶରେ ପ୍ରଥମ । ଏହି ଉପାଦେୟ ପୁସ୍ତକଟିରେ ଗତ ୮୦ ବର୍ଷ ମଧ୍ୟରେ ରାଜ୍ୟରେ ବଜେଟକୁ ନେଇ ବିଭିନ୍ନ ସମୟର ଫଟୋ, ପରିସଂଖ୍ୟାନ ତଥା ବିଭିନ୍ନ ଖବର ସମ୍ବଳିତ ରହିଛି ।

ଏହି ପୁସ୍ତକଟି ବିଭିନ୍ନ ବୁଦ୍ଧିଜୀବୀ, ଗବେଷକ, ତଥା ଆଇନ ନିର୍ମାତା ମାନଙ୍କ ଲାଗି ନିଶ୍ଚିତ ଭାବେ ଉପାଦେୟ ତଥା ଦରକାରୀ ପୁସ୍ତକ ରୂପେ ସାବ୍ୟସ୍ତ ହେବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ବଜେଟ ହେଉଛି ସରକାରଙ୍କ ଆଇନ ଖସଡ଼ାର ଏକ ଦର୍ପଣ ସ୍ୱରୂପ । ଏହି ୮୦ଟି ବଜେଟ ଉପସ୍ଥାପନ ଏବଂ ଏହାକୁ ନେଇ ସରକାର କରିଥିବା ଉନ୍ନତି ମୂଳକ କାର୍ଯ୍ୟର ଏକ ଦସ୍ତାବିଜ ଭାବେ ପ୍ରକାଶିତ ।

ରାଜ୍ୟ କୃଷିର ଉନ୍ନତି ଲାଗି ସରକାର ସ୍ୱତନ୍ତ୍ର ଭାବେ ୨୦୧୬ ମସିହାରେ ଏକ କୃଷି ବଜେଟ ଉପସ୍ଥାପନ କରିଥିଲେ । ଏହି ଦୀର୍ଘ ୮୦ ବର୍ଷ ରାଜ୍ୟ ନିମନ୍ତେ ଏକ ଲମ୍ବା ପଥ ତଥା ସରକାର ବିଭିନ୍ନ ସମୟରେ ଉନ୍ନତିର ମାଇଲ ଖୁଣ୍ଟ ଅତିକ୍ରମ କରିଥିବା ଏହି ୮୦ ବର୍ଷ ବଜେଟରେ ହିଁ ରହିଛି ।

ବିଗତ ୮୦ ବର୍ଷ ପୂର୍ବରୁ ଓଡ଼ିଶା ଯେବେ ନିଜର ବଜେଟ ଉପସ୍ଥାପନ କରିଥିଲା ସେତେବେଳେ ତାହାର ବଜେଟ ରହିଥିଲା ୧.୭୭ କୋଟି ଟଙ୍କା । ଆମେ ଯେତେବେଳେ ୨୦୦୦ ମସିହାରେ ସରକାର ଗଠନ କରିଥିଲୁ ସେତେବେଳେ ବଜେଟ ରହିଥିଲା ୧୪,୦୦୦ କୋଟି । କିନ୍ତୁ ଆଜି ଆମେ ୧,୨୦,୦୦୦ କୋଟି ବଜେଟ ଉପସ୍ଥାପନ କରିପାରିଛୁ ବୋଲି ମୁଖ୍ୟମନ୍ତ୍ରୀ ଏହି ପୁସ୍ତକ ଉନ୍ମୋଚିତ କରିବା ଅବସରରେ କହିଛନ୍ତି ।

Leave A Reply

Your email address will not be published.