Latest Odisha News

BREAKING NEWS

ଆହାର ସୋସାଇଟିକୁ ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟ ଆହାର ସୋସାଇଟିକୁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟିକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏହି ଅର୍ଥ ଯୋଗାଇ ଦେଇଛନ୍ତି । ଏହି ଅର୍ଥ ମୁଖ୍ୟମନ୍ତ୍ରୀ ତାଙ୍କ ରିଲିଫ ପାଣ୍ଠିରୁ ଯୋଗାଇଥିବା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆହାର ଯୋଜନା ରାଜ୍ୟ ସରକାରଙ୍କର  ଏକ ଅତ୍ୟନ୍ତ ଲୋକପ୍ରିୟ କାର୍ଯ୍ୟକ୍ରମ । ଏହି ଯୋଜନାରେ ଗରିବ ଲୋକଙ୍କୁ ୫ ଟଙ୍କାରେ ସୁଷମ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଯୋଗାଇ ଦିଆ ଯାଇଥାଏ । ରାଜ୍ୟରେ କେହି ଜଣେ ବ ଖାଲି ପେଟରେ ରହିବେନି ଏହି ଲକ୍ଷ୍ୟ ନେଇଆସିଥିଲା ଆହାର ଯୋଜନା ।  ଏହି ଆହାର କେନ୍ଦ୍ର ସହର ମାନଙ୍କରେ ହସ୍‌ପିଟାଲ, ବସଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଗହଳି ସ୍ଥାନରେ ଖୋଲାଯାଇଥାଏ ।

ଏହି ଯୋଜନା ପାଇଁ ୨୦୧୫-୧୬ରୁ ୨୦୨୧-୨୨  ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ   ୨୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇ ସାରିଲାଣି । ୨୦୨୩ରେ ପୁଣି ୨୦ କୋଟି ମଞ୍ଜୁର କରିଛନ୍ତି ।

Comments are closed.