ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ ଫୁଟବଲରେ ରବିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫସି ଓ ମୋହନବାଗାନ ସୁପର ଜ୍ୟାଂଟସ ମଧ୍ୟରେ ଏକ ରୋମାଂଚକ ମୁକାବିଲା ଦେଖିବାକୁ ମିଳିଥିଲା । ଏହି ମ୍ୟାଚକୁ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଷ୍ଟାଡିୟମରେ ଉପଭୋଗ କରିଥିଲେ । ଆଇଏସଏଲର ଏହି ମୁକାବିଲା ୧-୧ରେ ଡ୍ର ରହିଥିଲା । ଉଭ ଦଳ ନିର୍ଦ୍ଧାରିତ ସମୟରେ ଗୋଟିଏ ଲେଖାଏଁ ଗୋଲ କରବାକୁ ସକ୍ଷମ ହୋଇଥିଲେ । କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫସିର ମ୍ୟାଚ ଦେଖିବା ନିଶ୍ଚିତ ଭାବେ ଏକ ସୁଖଦ ଓ ରୋମାଂଚକ ଅନୁଭୂତି ଥିଲା ବୋଲି ମୁଖ୍ୟମନ୍ତ୍ରୀ ମ୍ୟାଚ ପରେ କହିଛନ୍ତି ।
ଚଳିତ ସିଜନରେ ଓଡିଶା ଏଫସି ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ମୋର ଆଶା । ତୃଣମୂଳ ସ୍ତରରେ ଓଡିଶାରେ ଫୁଟବଲର ବିକାଶ କରାଯିବ । ଆଗାମୀ ଦିନରେ ଓଡିଶାର ଖେଳାଳି ଜାତୀୟ ଦଳରେ ଭଲ ପ୍ରଦର୍ଶନ କରି ରାଜ୍ୟର ମାନ ବଢ଼ାଇବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଣେଷ ରାମ ସିଂ ଖୁଂଟିଆ ଓ ବିଧାୟକ ବାବୁ ସିଂ ମଧ୍ୟ ମ୍ୟାଚର ମଜା ଉଠାଇଥିଲେ ।
Comments are closed.