Latest Odisha News

BREAKING NEWS

ଅପମିଶ୍ରଣ ଅଭିଯୋଗରେ ବେକେରୀ ଫ୍ୟାକ୍ଟ୍ରି ଉପରେ ଚଢାଉ

କଟକ : ଆମେ ଖାଉଥିବା ପାଉଁରୁଟି କେତେ ସତେଜ? ଏହି ପାଉଁରୁଟି ଖାଇବା ଶରୀର ପକ୍ଷେ କେତେ କ୍ଷତିକାରକ ତାହା ଆମେ ଜାଣିନେ । କଟକର ଏମିତି କିଛି ଅପମିଶ୍ରିତ ବେକେରୀ ଫ୍ୟାକ୍ଟ୍ରି ଉପରେ ଅତର୍କିତ ରେଡ୍ କରିଛି ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ।  ଶିଖରପୁର ଅଞ୍ଚଳର ୩ଟି ବେକେରୀ ଫ୍ୟାକ୍ଟ୍ରି ଉପରେ ଚଢାଉ କରିଥିବା ବେଳେ ବିଭିନ୍ନ ପ୍ରକାରର ରଙ୍ଗ, ପାଉଡର ଆଦିରେ ଅପମିଶ୍ରିତ ହେଉଥିଲା ।  ପ୍ରସ୍ତୁତ କରାଯାଉଥିଲା ସୁଆଦିଆ ପାଉଁରୁଟି ।

ଏସବୁ ସାମଗ୍ରୀ ପାଉଁରୁଟି ଜରିରେ କୌଣସି ଷ୍ଟିକର୍ ଲଗାଯାଇ ନଥିଲା । କମ୍ପାନୀର କୌଣସି ଡକ୍ୟୁମେଣ୍ଟ୍ ନଥିବାରୁ ଏହା ବେଆଇନ୍ ବୋଲି କହିଛନ୍ତି ଖାଦ୍ୟ ନିରାପତ୍ତା ଅଧିକାରୀ।

ମହାପ୍ରସାଦ ନାଁ ରେ ମଧ୍ୟ ଛେନା କେକ୍ ପ୍ରସ୍ତୁତ କରାଯାଉଛି । ଏସବୁ ସାମଗ୍ରୀ ପ୍ରସ୍ତୁତ କରାଯାଇ କଟକ,ଭୁବେନେଶ୍ୱର ସହର ସମେତ ଗ୍ରାମାଞ୍ଚଳକୁ ମଧ୍ୟ ପଠାଯାଉଥିଲା । ଅନ୍ୟପଟେ ବିସ୍କୁଟ ଏବଂ ପାଉରୁଟିର ପରୀକ୍ଷା ପାଇଁ ଲ୍ୟାବ୍ରୋଟାରୀକୁ ପଠାଯାଇ ୩ ଟି ଯାକ କମ୍ପାନୀକୁ ସିଲ୍ କରିଛି ସିଏମସି।

 

 

Leave A Reply

Your email address will not be published.