Latest Odisha News

BREAKING NEWS

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ସିଏମସିର ନୋଟିସ୍

କଟକ: ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ କରୋନା କଟକଣା ଉଲ୍ଲଂଘନ କରି ନାଚ,ଗୀତ କରିଥିବା ଭିଡ଼ିଓ ଭାଇରାଲ ହୋଇଥିଲା । ଏନେଇ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ଏହା ମହାମାରୀ ଆଇନ୍ ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆନୁଆଲ ଆଥଲେଟିକ୍ ମିଟବେଳେ ଛାତ୍ରଛାତ୍ରୀଙ୍କ ପ୍ରବଳ ଭିଡ଼ ହୋଇଥିଲା । କରୋନାକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଇଛି । ଏହି ସମୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ନାଚ,ଗୀତରେ ମସଗୁଲ ହୋଇଥିବା ଭିଡ଼ିଓ ଭାଇରାଲ ହୋଇଥିବା ସବୁଆଡ଼ୁ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏହି ସମୟରେ କାହା ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା ନଥିଲା । ଯାହା ଭିଡ଼ିଓରୁ ସ୍ପଷ୍ଟ ଜଣାପଡ଼ିଥିଲା ।

Leave A Reply

Your email address will not be published.