Latest Odisha News

ପୁଣି ମହଙ୍ଗା ହେଲା ସିଏନ୍‌ଜି ଓ ପିଏନ୍‌ଜି ଦର

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ସିଏନ୍‌ଜି ଓ ପିଏନ୍‌ଜି ଦର। ଜାତୀୟ ରାଜଧାନୀ ଦିଲ୍ଲୀରେ ସିଏନ୍‌ଜି ଓ ପିଏନ୍‌ଜି ପାଇଁ ମୂଲ୍ୟ ସଂଶୋଧନ କରାଯାଇଛି। ଯାହା ଅକ୍ଟୋବର ୧୩ ତାରିଖ ସକାଳ ୬ ଟାରୁ କାର୍ଯ୍ୟକାରୀ ହେବ।

ଦିଲ୍ଲୀରେ ସିଏନ୍‌ଜି ମୂଲ୍ୟ ବର୍ତ୍ତମାନ ୪୯.୭୬ ଟଙ୍କା ଥିବାବେଳେ ପିଏନଜି ଏସସିଏମ ପିଛା ୩୫.୧୧ ଟଙ୍କା ଉପଲବ୍ଧ ହେବ ବୋଲି ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ ଏକ ବିବୃତ୍ତିରେ କହିଛି।

ନୋଏଡା, ଗ୍ରେଟର ନୋଏଡା ଏବଂ ଗାଜିଆବାଦରେ, ସିଏନଜିର କିଲୋଗ୍ରାମରେ ୫୬.୦୨ ଟଙ୍କା ଥିବାବେଳେ ପିଏନଜି ଏସସିଏମ ପିଛା ୩୪.୮୬ ଟଙ୍କା ରହିଛି।

ଗତ ୧୦ ଦିନ ମଧ୍ୟରେ ସିଏନ୍‌ଜି ମୂଲ୍ୟରେ ଏହା ହେଉଛି ଦ୍ୱିତୀୟ ବୃଦ୍ଧି। ଏହା କିଲୋଗ୍ରାମରେ ପ୍ରାୟ ୨.୫ ଟଙ୍କା ବୃଦ୍ଧି ହୋଇଛି। ଶେଷଥର ପାଇଁ ଅକ୍ଟୋବର ୨ରେ ବୃଦ୍ଧି ପାଇଥିଲା। ଏହି ମାସ ଆରମ୍ଭରେ, ବିଦ୍ୟୁତ୍ ଉତ୍ପାଦନ, ସାର ତିଆରି ତଥା ଘରୋଇ ରୋଷେଇ ଘର ପାଇଁ ଇନ୍ଧନ ଭାବରେ ବ୍ୟବହାର କରିବା ପାଇଁ ସରକାର ପ୍ରାକୃତିକ ଗ୍ୟାସର ମୂଲ୍ୟ ୬୨ ପ୍ରତିଶତ ବୃଦ୍ଧି ହୋଇଛି।

Comments are closed.