Latest Odisha News

BREAKING NEWS

ଡକ୍ୱୱର୍ଥ ଲୁଇସ ନିୟମର ଜନକଙ୍କ ପରଲୋକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଅବସରରେ ଏକ ଦୁଃଖଦ ଖବର ସମ୍ମୁଖକୁ ଆସିଛି । ଯେଉଁ ଡକ୍ୱୱର୍ଥ ଲୁଇସ ନିୟମ ମାଧ୍ୟମରେ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିଥିଲା ତାର ଜନକଙ୍କ ପରଲୋକ ହୋଇଯାଇଛି । ଇଂଲଣ୍ଡର ଡକ୍ୱୱର୍ଥ ଲୁଇସ ଷ୍ଟର୍ନ ଓ ଫ୍ର‌୍ୟାଙ୍କ ଡକ୍ୱୱର୍ଥ ଏହି ନିୟମ ବାହାର କରିଥିଲେ । ୮୪ ବର୍ଷ ବୟସରେ ଫ୍ର‌୍ୟାଙ୍କଙ୍କ ପରଲୋକ ହୋଇଯାଇଛି । ଏହି ଦୁଇ ସଂଖ୍ୟାବିତଙ୍କ ଉଦ୍ୟମ ଯୋଗୁ ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ମଧ୍ୟ ଉପଯୁକ୍ତ ଫଳାଫଳ ବାହାରି ପାରୁଛି । ୧୯୯୭ରେ ପ୍ରଥମ ଥର ପାଇଁ ଡିଏଲ ନିୟମ ଆନ୍ତର୍ଜାତୀୟ କ୍ରିକେଟରେ ଲାଗୁ କରାଯାଇଥିଲା । ୨୦୦୧ରେ ଆଇସିସି ଏହାକୁ ମାନ୍ୟତା ପ୍ରଦାନ କରିଥିଲା ।

ଫ୍ର‌୍ୟାଙ୍କଙ୍କ ବିୟୋଗରେ ଆଇସିସି ଓ ବିସିସିଆଇ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ନିୟମ ଯୋଗୁ କେତେକ ଅପ୍ରତ୍ୟାଶିତ ଫଳ ବାହାରିଥିଲା । ଦକ୍ଷିଣ ଆଫ୍ରିକା ବିଶ୍ୱକପରୁ ବିଦା ନେବା ଏହାର ଜ୍ୱଳନ୍ତ ଉଦାହରଣ । ପରେ ଏଥିରେ ଆବଶ୍ୟକ ସୁଧାର ଅଣା ଯାଇଥିଲା । ଯାହାକି କ୍ରିକେଟପ୍ରେମୀଙ୍କ ଦ୍ୱାରା ଆଦୃତ ହୋଇଥିଲା ।

Comments are closed.