Latest Odisha News

BREAKING NEWS

ଅତ୍ୟନ୍ତ ଲଜ୍ଜାଜନକ, ପର୍ଯ୍ୟଟକଙ୍କୁ ବି ଛାଡିଲେନି, ୨ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ

ବେଙ୍ଗାଲୁରୁ: ଅତ୍ୟନ୍ତ ଲଜ୍ଜାଜନକ, ଅମାନବୀୟ, ହୃଦୟ ବିଦାରକ ଏବଂ କୁତ୍ସିତ କାଣ୍ଡ । ପର୍ଯ୍ୟଟକଙ୍କୁ ବି ଛାଡିଲେନି ଯୌନ ପିପାଷୁ ରାକ୍ଷସ । ଜଣେ ୨୭ ବର୍ଷୀୟ ଇସ୍ରାଏଲୀ ପର୍ଯ୍ୟଟକ ଏବଂ ଜଣେ ହୋମଷ୍ଟେ ମାଲିକଙ୍କୁ ଗଣଦୁଷ୍କର୍ମ । କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଏହି ଲଜ୍ଜାଜନକ ଘଟଣା ।

ସୂଚନା ଅନୁସାରେ, କର୍ଣ୍ଣାଟକରେ ଜଣେ ବିଦେଶୀ ପର୍ଯ୍ୟଟକ ଓ ତାଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଭଳି ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି । କର୍ଣ୍ଣାଟକର ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ହମ୍ପିରେ ଘଟିଛି ଏହି ଘଟଣା । ଗତ ଗୁରୁବାର ରାତି ପ୍ରାୟ ସାଢ଼େ ୧୧ଟାରେ କୋପ୍ପାଲ ଜିଲ୍ଲାର ସାନପୁରରେ ୩ଜଣ ପୁରୁଷ ବନ୍ଧୁଙ୍କ ସହ ଦୁଇଜଣ ଯୁବତୀ ବୁଲିବାକୁ ଯାଇଥିବା ବେଳେ ଏହି ଜଘନ୍ୟ କାଣ୍ଡ ଘଟିଛି । ଅଭିଯୁକ୍ତମାନେ ପ୍ରଥମେ ଏହି ପାଞ୍ଚ ଜଣଙ୍କୁ ମାଡ଼ ମାରିଥିଲେ ଏବଂ ପରେ ଉକ୍ତ ମହିଳା ପର୍ଯ୍ୟଟକଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ପୁରୁଷ ବନ୍ଧୁ ପ୍ରତିବାଦ କରିବାରୁ ତାଙ୍କୁ ମାଡ ମାରି କେନାଲରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି । ଅଗ୍ନିଶମ ଅଧିକାରୀ ଏବଂ ପୋଲିସ ଡଗ୍ ସ୍କ୍ବାଡ୍ ନିଖୋଜ ପର୍ଯ୍ୟଟକଙ୍କୁ ଖୋଜୁଛନ୍ତି ।

ପୋଲିସର କହିବା ଅନୁଯାୟୀ, ମହିଳାଙ୍କ ସହିତ ସେମାନଙ୍କର ତିନି ଜଣ ପୁରୁଷ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ଯେଉଁଥିରୁ ଜଣେ ଆମେରିକାର ବୋଲି ଜଣାପଡ଼ିଛି । ୩ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି । ତେବେ ଘଟଣା ପରେ ଅଭିଯୁକ୍ତ କୁ ଖୋଜିବା ପାଇଁ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରିବା ସହ ଏହି ଘଟଣାରେ ବାକି ନିଖୋଜ ଥିବା ପର୍ଯ୍ୟଟକଙ୍କୁ ଖୋଜିବା ପାଇଁ ପୋଲିସ ଅଗ୍ନିଶମ ବିଭାଗର ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଏଫଆଇଆର ପଞ୍ଜିକୃତ କରାଯାଇଛି ଏବଂ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି ।

Comments are closed.