Latest Odisha News

BREAKING NEWS

କୋଚଙ୍କ ଯୋଗୁ ବଂଚିଲା ଆମେରିକାର ସନ୍ତରଣକାରୀ ଅନୀତାଙ୍କ ଜୀବନ

ବୁଡାପେଷ୍ଟ: ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରେ କୋଚଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ପ୍ରତିଭାବାନ ସନ୍ତରଣକାରୀଙ୍କ ଜୀବନ ବଂଚି ଯାଇଛି । ଏଠାରେ ଚାଲିଥିବା ୱାର୍ଲ୍ଡ ଆକ୍ୱାଟିକ୍ସ ଚାମ୍ପିୟନଶିପରେ ଆମେରିକାର ସନ୍ତରଣକାରୀ ଅନୀତା ଆଲଭେରେଜ ହଠାତ ସଂଜ୍ଞାହୀନ ହୋଇ ପାଣିରେ ବୁଡିବାକୁ ଲାଗିଥିଲେ । ସନ୍ତରଣକାରୀଙ୍କ ସୁରକ୍ଷା ପାଇଁ ଥିବା ଲାଇଫଗାର୍ଡଙ୍କ ଆଖି ସାମ୍ନାରେ ଏହା ଘଟୁଥିଲେ ମଧ୍ୟ ସେମାନେ କିଛି ଜାଣିପାରୁ ନ ଥିଲେ । ଠିକ ସମୟରେ କୋଚ ଆନ୍ଦ୍ରେ ଫୁଏନେଟେସଙ୍କ ନଜର ଏହା ଉପରେ ପଡିଗଲା । କେହି କିଛି ଭାବିବା ପୂର୍ବରୁ ସେ ପାଣିକୁ ଡେଇଁ ଅନୀତାକୁ ବଂଚାଇବା ପାଇଁ ଉଦ୍ୟମ କରିଥିଲେ । ଅବଶ୍ୟ ପରେ ଅନ୍ୟମାନେ ସହଯୋଗ କରିଥିଲେ । ସୁଇମିଂପୁଲରୁ ବାହାରକୁ ଆଣିବା ପର୍ଯ୍ୟନ୍ତ ଅନୀତା ଅଚେତ ରହିଥିଲେ । କିଛି ସମୟ ପରେ ତାଙ୍କ ଚେତା ଫେରିବାରୁ ସମସ୍ତଙ୍କ ମୁହଁରେ ହସ ଖେଳିଥିଲା ।

ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ପ୍ରାରମ୍ଭିକ ଚିକିତ୍ସା ପରେ ସେ ବିପଦମୁକ୍ତ ବୋଲି ଡାକ୍ତର ଘୋଷଣା କରିଛନ୍ତି । ଲାଇଫଗାର୍ଡଙ୍କୁ ପ୍ରଶିକ୍ଷଣ ଦେବା ଆବଶ୍ୟକ ରହିଛି ବୋଲି ଫୁଏଟନସ କହିଛନ୍ତି । ପୂର୍ବରୁ ବାର୍ସିଲୋନାରେ ଆୟୋଜିତ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ମଧ୍ୟ ସେ ସୁନୀତାଙ୍କୁ ବଂଚାଇଥିଲେ । କୋଚଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.