Latest Odisha News

କୋଚିଂ ସେଣ୍ଟରକୁ କାହିଁକି ‘ଡେଥ୍ ଚାମ୍ବର’ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୩ ସିଭିଲ ସର୍ଭିସ ଆଶାୟୀଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ଏ ସମ୍ପର୍କିତ ଶୁଣାଣି ସମୟରେ କୋର୍ଟ କୋଚିଂ ସେଣ୍ଟରଗୁଡିକୁ ନିୟନ୍ତ୍ରଣ କରିବାରେ ବିଫଳ ହେବା ସହ ସେମାନଙ୍କୁ ‘ମୃତ୍ୟୁ ଚାମ୍ବର’ ବୋଲି କହିଛନ୍ତି। ଏହାସହ ପିଲାଙ୍କ ଜୀବନ ସହ ଖେଳିବା ନେଇ ବର୍ଷିଛନ୍ତି।

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବା ଉଚିତ୍। କୋଚିଂ ସେଣ୍ଟରରେ ସୁରକ୍ଷା ନିୟମ ଲାଗୁ ହୋଇଛି କି ନାହିଁ ବୋଲି କେନ୍ଦ୍ର ସରକାର ଏବଂ ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଆହୁରି ମଧ୍ଯ ଯଦି କୋଚିଂ ସେଣ୍ଟରଗୁଡିକ ସୁରକ୍ଷା ନିୟମ ପୂରଣ କରି ପାରୁନାହାନ୍ତି ତେବେ ଅନଲାଇନ୍ ମୋଡରେ ପରିଚାଳନା କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହ ତଳେ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା ରାଉସ୍ କୋଚିଂ ସେଣ୍ଟରର ବେସମେଣ୍ଟରେ ଥିବା ଲାଇବ୍ରେରୀରେ ପାଣି ପଶିଯିବାରୁ ଦୁଇ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ହଠାତ୍ ଲାଇବ୍ରେରୀରେ ପାଣି ପଶିଯିବାରୁ ବୁଡ଼ି ଯାଇଥିଲେ ଏହି ୩ ଜଣ । ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲା ବେଳକୁ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା।

ଏହି ଘଟଣା ପରେ ସହରରେ ଥିବା ସମସ୍ତ କୋଚିଂ ସେଣ୍ଟର ଉପରେ ଚଢାଉ କରା ଯାଇଥିଲା। ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ଏହି ଚଢାଉ କରାଯାଇ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ସମେତ ଭଜିରାମ, ରବି ଏବଂ ଶ୍ରୀରାମ କୋଚିଂ ସେଣ୍ଟରର ବେସମେଣ୍ଟକୁ ସିଲ୍ କରାଯାଇଥିଲା।

Comments are closed.