Latest Odisha News

ଏମିତି ଗଞ୍ଜା, ଯିଏ କୌଣସି ସେଲିବ୍ରିଟିଙ୍କ ଠାରୁ କମ ନୁହେଁ

ୱାଶିଂଟନ: ମଣିଷ ଘରେ ବିଭିନ୍ନ ପ୍ରକାର ପ୍ରାଣୀ ରଖିବାକୁ ପସନ୍ଦ କରିଥାନ୍ତି । କେହି କେହି କୁକୁର ରଖୁଥିବା ବେଳେ ଆଉ କେହି ଠେକୁଆ, ସାପ,ଶୁଆ ଆଦି ରଖିବାକୁ ଭଲ ପାଇଥାନ୍ତି । ଏବେ ଗଞ୍ଜାକୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ଗଞ୍ଜା ଜୋତା ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି ।

ଏହି ଗଞ୍ଜାର ନାମ ହେଉଛି ନବଜ । ଆମେରିକାର କାଲିଫର୍ନିଆର ଏସ୍କୋଣ୍ଡିଡୋରେ ଏକ ଗଞ୍ଜା ଜୋତା ପିନ୍ଧି ବୁଲୁଛି । ଗଞ୍ଜା କୌଣସି ସେଲିବ୍ରିଟିଙ୍କ ଠାରୁ କମ ନୁହେଁ । ଗଞ୍ଜା ପାଖରେ ୬୦ ହଳ ଜୋତା ଅଛି । ଗଞ୍ଜାର ପଞ୍ଝାରେ ସମସ୍ୟା ଦେଖାଦେଇଥିଲା । ଯାହା ପରେ ଡାକ୍ତରମାନେଏହାର ଅପରେଶନ କରି କାଟି ଦେଇଥିଲେ । ଏହି କାରଣରୁ ଗଞ୍ଜାର ପଞ୍ଝା ଛୋଟ ହୋଇଗଲା ଏବଂ ଚାଲିବାରେ ଅସୁବିଧା ହୋଇଥିଲା ।

ମାଲିକ ତାଙ୍କ ଗଞ୍ଜାର ଏହି ସମସ୍ୟାକୁ ଲକ୍ଷ୍ୟ କଲେ ଏବଂ ସେ ଏଥିପାଇଁ ସ୍ୱତନ୍ତ୍ର ଜୋତା ତିଆରି କଲେ । ଏହି ଜୋତା ପିନ୍ଧି କୁକୁଡା ସହଜରେ ଚାଲିବା ଆରମ୍ଭ କଲା । ଲୋକମାନେ ଏହାକୁ ଦେଖିବା ପରେ ବହୁତ ଖୁସି ହେଲେ ଏବଂ ଗୋଟିଏ କିମ୍ବା ଦୁଇଟି ନୁହେଁ ଗଞ୍ଜା ପାଇଁ ୬୦ ହଳ ଜୋତା ପଠାଇଲେ । ବର୍ତ୍ତମାନ ଏହି କୁକୁଡ଼ା ଜଣେ ସେଲିବ୍ରିଟିଙ୍କ ପରି ବାସ କରୁଛି । ଲୋକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହୋଇ ରହିଛି ।

Comments are closed.