Latest Odisha News

BREAKING NEWS

ଆଇପିଏଲରେ ଅଜବ ଗଜବ ସଂଯୋଗ….ସବୁ କିଛି ୧୮

ଅହମ୍ମଦାବାଦ:ଆଇପିଏଲ ୨୦୨୫ ଫାଇନାଲ ପୂର୍ବରୁ ଏକ ଅଜବ ଗଜବ ସଂଯୋଗ ଦେଖିବାକୁ ମିଳିଛି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ପଞ୍ଜାବ କିଙ୍ଗସ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ରିପୋର୍ଟ ଅନୁସାରେ ୧୮ ନମ୍ବରର ଏକ ଚମତ୍କାର ସଂଯୋଗ ଦେଖିବାକୁ ମିଳୁଛି । ସୂଚନାଯୋଗ୍ୟ, ବିରାଟ କୋହଲିଙ୍କ ଜର୍ସି ନମ୍ବର ୧୮ ରହିଛି । ଆଇପିଏଲର ଏହା ୧୮ତମ ସଂସ୍କରଣ । ସେହିପରି ଫାଇନାଲ ୩-୬-୨୦୨୫ରେ ଖେଳାଯିବ । ଏହାକୁ ମିଶାଇଲେ ମଧ୍ୟ ୧୮ ହେଉଛି । ଆରସିବି ୨୦୦୯ରେ ଡେକାନ ଚାର୍ଜର୍ସ ଓ ୨୦୧୬ରେ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ପରାଜିତ ହୋଇ ରନର୍ସଅପ ହୋଇଥିଲା ।

ପଞ୍ଜାବ ଓ ବେଙ୍ଗାଲୁର ପୂର୍ବରୁ ଟ୍ରଫି ଜିିତି ନ ଥିବାରୁ ଏଥର ଆଇପିଏଲରେ ନୂଆ ବିଜେତାଙ୍କୁ ଦେଖିବାକୁ ମିଳିବ । ବିରାଟ କୋହଲି ଓ ଶ୍ରେୟାଶ ଆୟାର ଜବରଦସ୍ତ ଫର୍ମରେ ରହିଛନ୍ତି । ଫାଇନାଲରେ ଉଭୟ ଟିମକୁ ସେମାନଙ୍କ ଷ୍ଟାର ଖେଳାଳିଙ୍କ ନିକଟରୁ ଭଲ ପ୍ରଦର୍ଶନର ଆଶା ରହିବ । କୋହଲି ୧୪ ମ୍ୟାଚରେ ୬୧୪ ରନ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ କ୍ୱାଲିଫାୟର ୨ରେ ଶ୍ରେୟାଶଙ୍କ ପ୍ରଦର୍ଶନ ଦଳର ମନୋବଳ ବଢ଼ାଇଛି । ଅହମ୍ମଦାବାଦ ପିଚ ବ୍ୟାଟ୍ସମ୍ୟାନଙ୍କୁ ସୁହାଉଥିବାରୁ ଏକ କଡା ସଂଘର୍ଷ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

 

 

Comments are closed.