Latest Odisha News

BREAKING NEWS

ଥରୁଛି ଓଡ଼ିଶା; ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର

ଭୁବନେଶ୍ବର: ଅସହ୍ୟ ଜାଡ଼ରେ ଥରୁଛି ଓଡିଶା। ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। କିଛି ଦିନ ଧରି କମିଯାଇଥିବା ଶୀତର ପ୍ରକୋପ ଏବେ ଆସ୍ତେ ଆସ୍ତେ ବଢିବାରେ ଲାଗିଛି। ସକାଳୁ ସକାଳୁ ପାରଦ ଖସିଯାଉଥିବା କାରଣରୁ ଅସମ୍ଭାଳ ଜାଡରେ ଥରୁଛନ୍ତି ଲୋକେ।

ପାଣିପାଗ ବିଭାଗ ପକ୍ଷରୁ ମିଳିଥିବ ସୂଚନା ଅନୁଯାୟୀ, ଫୁଲବାଣୀର ରାତ୍ରି ତାପମାତ୍ରା ପୁଣି ଥରେ ୫ ଡିଗ୍ରି ତଳକୁ ଖସି ୪.୫ ଡିଗ୍ରି ରେକର୍ଡ ପହଞ୍ଚିଛି। ଏଥିସହ ୯ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ସୂଚନା। ରାଜ୍ୟର ଅଧିକାଂଶ ସ୍ଥାନର ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ରାଜ୍ୟର ୧୦ ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ଜି.ଉଦୟଗିରି ଏବଂ ଫୁଲବାଣୀରେ ରାତ୍ରି-ତାପମାତ୍ରା ୪.୫ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୭.୫ ଡିଗ୍ରୀ, ବଲାଙ୍ଗୀରରେ ୭.୮ ଡିଗ୍ରୀ,ଝାରସୁଗୁଡା ଓ କେନ୍ଦୁଝରରେ ୮.୨ ଡିଗ୍ରୀ, ଅନୁଗୁଳ ଓ ବାରିପଦାରେ ୯.୬ ଡିଗ୍ରୀ, ଭବାନୀପାଟଣାରେ ୮.୫ ଡିଗ୍ରୀ ଏବଂ ସୋନପୁରରେ ୯.୫ ଡିଗ୍ରୀ ତାପମାତ୍ରା ରହିଛି।

ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଆସନ୍ତା ୨ରୁ ୩ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିବ। ଏହାର ପରବର୍ତ୍ତୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ପାରଦସ୍ତର ଊର୍ଧ୍ବଗାମୀ ହେବ। ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଶୀତର ପ୍ରକୋପ ଅପେକ୍ଷାକୃତ କମିବ।

Comments are closed.