Latest Odisha News

BREAKING NEWS

ଟୁଥପେଷ୍ଟରେ ଫ୍ଲୋରାଇଡ୍; ଡାବର ବିରୋଧରେ କୋର୍ଟରେ କୋଲଗେଟ୍ 

ନୂଆଦିଲ୍ଲୀ: ଟୁଥପେଷ୍ଟରେ ଫ୍ଲୋରାଇଡ୍ ସମ୍ପର୍କିତ ବିଜ୍ଞାପନକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଡାବର ଓ କୋଲଗେଟ୍।

ଟୁଥପେଷ୍ଟରେ ଥିବା ଫ୍ଲୋରାଇଡ୍ ପିଲାମାନଙ୍କ ଉପରେ ପ୍ରତିକୂଳ ସ୍ୱାସ୍ଥ୍ୟ ପ୍ରଭାବ ପକାଇପାରେ। ଯେପରିକି ବୌଦ୍ଧିକ କ୍ଷମତା ହ୍ରାସ, ଦୁର୍ବଳ ହାଡ଼ ଏବଂ ଦାନ୍ତରେ ଦାଗ। ଏହି ଦାବିର ବୈଜ୍ଞାନିକ ପ୍ରମାଣ ପ୍ରଦାନ କରିବାକୁ ଡାବରକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଡାବରର ବିଜ୍ଞାପନ ଅଭିଯାନରେ ଏପରି ଦାବିକୁ ରୋକିବା ପାଇଁ କୋଲଗେଟ୍-ପାମୋଲିଭ୍ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନ ଉପରେ ଜଷ୍ଟିସ୍ ଅମିତ ବଂଶଲ ଏହି ନିର୍ଦ୍ଦେଶ ଦେଇଛନ୍ତି।

କୋଲଗେଟ୍ ଅଭିଯୋଗ କରିଛି ଯେ ଏହି ବିଜ୍ଞାପନଗୁଡ଼ିକ ଭ୍ରମାତ୍ମକ।ଏବଂ ଫ୍ଲୋରାଇଡ୍-ଆଧାରିତ ଟୁଥପେଷ୍ଟକୁ ଅପମାନ କରୁଛି। ଯେଉଁଥିରେ ପରୋକ୍ଷ ଭାବରେ କୋଲଗେଟ୍ ଟୁଥପେଷ୍ଟକୁ ଟାର୍ଗେଟ କରାଯାଇଛି।

କୋର୍ଟ ଏହି ମାମଲାରେ ଡାବରଠାରୁ ଜବାବ ମାଗିଛନ୍ତି। କୋଲଗେଟ୍ ଯୁକ୍ତି ଦେଇଛି ଯେ ଡାବରର ପ୍ରିଣ୍ଟ ବିଜ୍ଞାପନରେ କୋଲଗେଟର ଉତ୍ପାଦକୁ ପରୋକ୍ଷ ଭାବରେ ଟାର୍ଗେଟ କରାଯାଇଥିଲା। ଯାହାର ଟ୍ୟାଗଲାଇନ୍ ଥିଲା “ଆପଣଙ୍କ ପ୍ରିୟ ଟୁଥପେଷ୍ଟରେ ଫ୍ଲୋରାଇଡ୍ ଅଛି କି? ଯାହା ମାର୍କେଟରେ ଅଗ୍ରଣୀ।

ଡାବରର ବିଜ୍ଞାପନରେ ଦାବି କରାଯାଇଥିଲା ଯେ ଫ୍ଲୋରାଇଡ୍ ଟୁଥପେଷ୍ଟ ପିଲାମାନଙ୍କ ମଧ୍ୟରେ କମ IQ, ଦୁର୍ବଳ ହାଡ଼ ଏବଂ ଦାନ୍ତ ଫ୍ଲୋରୋସିସ୍ ଭଳି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। କୋଲଗେଟ୍ ଯୁକ୍ତି ଦେଇଛନ୍ତି ଯେ ଏହି ଦାବିଗୁଡ଼ିକ ବୈଜ୍ଞାନିକ ଭାବରେ ଭିତ୍ତିହୀନ। କାରଣ ଦଗନ୍ତ କ୍ଷୟ ରୋକିବା ପାଇଁ ନିୟନ୍ତ୍ରିତ ପରିମାଣରେ (1000 ppm ପର୍ଯ୍ୟନ୍ତ) ଫ୍ଲୋରାଇଡ୍ ବିଶ୍ୱର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ।

ଜଷ୍ଟିସ୍ ବଂଶଲ ଡାବରକୁ ଜବାବ ଦାଖଲ ପାଇଁ ଦୁଇ ସପ୍ତାହ ଏବଂ କୋଲଗେଟ୍କୁ ଜବାବ ଦାଖଲ ପାଇଁ ଦୁଇ ସପ୍ତାହ ସମୟ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୨୭ ମଇ, ୨୦୨୫ରେ ହେବ ବୋଲି ଜଣାପଡିଛି।

Comments are closed.