Latest Odisha News

‘ଚାନ୍ଦା କରି ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଅ’; ବିଶ୍ବଶର୍ମା

ସତ୍ୟବାଦୀ: ‘ଚାନ୍ଦା କରି ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଅ । ଟଙ୍କାଏ ଦୁଇଟଙ୍କା ଚାନ୍ଦା କର, ପାଣ୍ଡିଆନଙ୍କୁ ପ୍ଲେନ୍ ଟିକଟ କିଣିକି ଦିଅନ୍ତୁ ।’ ଏମିତି କିଛି କହି ବିଜେଡି ନେତା ଭି. କେ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ବିଶ୍ବଶର୍ମା ।

ଆଜି ପୁରୀ ଜିଲ୍ଲା ସତ୍ୟବାଦୀରେ ନିର୍ବାଚନୀ ପ୍ରଚାର କରୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଜନସଭାକୁ ଉଦ୍ବୋଧନ ଦେଇ ପାଣ୍ଡିଆନଙ୍କୁ ସମାଲୋଚନା କରିବା ସହ ଓଡିଶାବାସୀଙ୍କୁ ଅପିଲ କରିଛନ୍ତି ହିମନ୍ତ ବିଶ୍ବଶର୍ମା । ସେ କହିଛନ୍ତି, ‘ଚାନ୍ଦା କରି ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଅ । ଟଙ୍କାଏ ଦୁଇଟଙ୍କା ଚାନ୍ଦା କର । ଚାନ୍ଦା କରି ତାମିଲନାଡୁକୁ ପାଣ୍ଡିଆନଙ୍କ ପାଇଁ ପ୍ଲେନ୍ ଟିକଟ କିଣନ୍ତୁ । ଏମିତି କଲେ ରାଜ୍ୟ ବଞ୍ଚିଯିବ ।’ ଏମିତି କିଛି କଠୋର କହି ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ବିଶ୍ବଶର୍ମା ।

ତେବେ ନିର୍ବାଚନ ପାଇଁ ଏବେ ପୂରା ଆକ୍ସନ ମୋଡରେ କେନ୍ଦ୍ରୀୟ ବିଜେପି ନେତା । ଘନଘନ ଓଡିଶା ଗସ୍ତରେ ଆସି ଓଡିଶାବାସୀଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ କୌଣସି ବି ମୌକା ଛାଡୁନାହାନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ଜେ. ପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପି ଷ୍ଟାର ପ୍ରଚାରକ ଇତ୍ୟାଦି ଓଡିଶା ବାସୀଙ୍କୁ ଉଦ୍ବୋଧନ ଦେଉଛନ୍ତି । ଏଥର ବିଜେପି ସରକାର । ଓଡିଶାରେ ୨୧ ରୁ ୨୧ ଲୋକସଭା ଆସନ ଜିତିବ ବିଜେପି । ଏମିତି ଅନେକ ପ୍ରତିଶ୍ରୁତି । ଯାହା ଏବେ ଶାସକ ଦଳ ବିଜେଡିର ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Comments are closed.