କେନ୍ଦୁଝର:ବଡବିଲରୁ ଆସିଛି ଏକ ଦୁଃଖଦ ଖବର । ଗତକାଲି ରାତିରେ ୩୫ ଫୁଟ ଉଚ୍ଚ ଛାତରୁ ଖସି ପଡ଼ିଥିଲେ ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ । ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ପହଞ୍ଚିବା ବେଳକୁ ତାଙ୍କୁ ମୃତ୍ୟୁ ଘଟିସାରିଥିଲା । ମୃତ ଛାତ୍ରୀ ହେଲେ ବଡ଼ବିଲ ୪ ନଂ ୱାର୍ଡ଼ ଶ୍ରୀରାମ ନଗର ଅଞ୍ଚଳରେ ରହୁଥିବା ସବଲ ଝା’ଙ୍କ ବଡ଼ ଝିଅ ରୁଚି ।
ସବଲ ଝା ଏକ ଘରୋଇ ଖଣି କମ୍ପାନୀର ଅଧିକାରୀ ଭାବେ କାମ କରନ୍ତି । ପ୍ରାୟ ବର୍ଷେ ହେବ ପରିବାର ସହ ଶ୍ରୀରାମ ନଗର ଅଞ୍ଚଳର ସଞ୍ଜୀବ କୁମାର ମିଶ୍ରଙ୍କ ଉପର ମହଲାରେ ଘର ଭଡ଼ାରେ ରହି ଆସୁଥିଲେ ସବଲ ଝା। ଗତକାଲି ରୁଚି ଛାତ ଉପରେ ଥିବାବେଳେ ହଠାତ୍ ତଳକୁ ଖସି ପଡ଼ିଥିଲେ ।
ତଳ ମହଲାରେ ରହୁଥିବା ଘର ମାଲିକଙ୍କ କହିବା ଅନୁଯାୟୀ, ସେମାନେ ଘରେ ଶୋଇଥିଲେ । ହଠାତ କିଛି ପଡିବା ଶବ୍ଦ ଶୁଣି ସେ ବହାରକୁ ଆସି ଦେଖିଥିଲେ, ରୁଚି ତଳେ ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ ରୁଚିଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ବଡ଼ବିଲ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ରୁଚି ଛାତ ଉପରୁ କିପରି ଖସିଲେ ତାହା ଏବେ ବି ଅସ୍ପଷ୍ଟ । ବଡ଼ବିଲ ପୋଲିସ୍ ଘଟଣାର ତଦନ୍ତ କରୁଛି।
Comments are closed.