Latest Odisha News

ଛାତି ଥରାଇ ଦେବ କଟକ ଲଜ୍ଜା କାହାଣୀ: ପ୍ରତିଶୋଧ ନେବା ପାଇଁ ପିଶାଚ ସାଜିଥିଲା ପିତୁ

କଟକ: ଓଡିଶାରେ ପୁଣି ଆଉ ଏକ ଛାତି ଥରାଇ ଦେଲା ଭଳି ଗଣଦୁଷ୍କର୍ମ ଘଟଣା । ତାହା ପୁଣି ଚଳଚଞ୍ଚଳ ସହର କଟକରୁ । ନାବାଳକ କାଫେ ମାଲିକ ଆଉ ପୁରୁଷ ବନ୍ଧୁ ମାନେ ମିଶି କରିଚାଲିଥିଲେ ଦୁଷ୍କର୍ମ । ହେଲେ କାହାକୁ ଟେର୍ ହିଁ ନଥିଲା । ପ୍ରେମର ବିରହ ନିଆଁରେ ପ୍ରତିଶୋଧ ପରାୟଣ ହୋଇ ସାଙ୍ଘାତିକ ଷଡଯନ୍ତ୍ର ରଚିଥିଲା କଟକ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ପିତୁ । ପିତୁ ହିଁ ପୂରା କାହାଣୀର ମାଷ୍ଟର ମାଇଣ୍ଡ ବୋଲି ଦର୍ଶାଇଛି ପୋଲିସ୍ । ପୀଡିତାଙ୍କୁ ବ୍ଲାକମେଲ କରି ତାଙ୍କ ଠାରୁ ପ୍ରତିଶୋଧ ନେଇଥିଲା ପିତୁ ।

ପୋଲିସର ସୂଚନା ଅନୁଯାୟୀ, ନୟାଗଡର ପିତୁ, ବାଦାମବାଡି ଥାନା ଅଞ୍ଚଳର ଆଶୁ ଏବଂ ପୀଡିତା ଏକାଠି ଗୋଟିଏ କଲେଜରେ ପାଠ ପଢୁଥିଲେ । କିଛି ମାସ ପୂର୍ବରୁ  ପିଶାଚ ପିତୁ ପୀଡିତାଙ୍କୁ ଏକତରଫା ପ୍ରେମ କରୁଥିଲା । କିନ୍ତୁ ପିତୁର ପ୍ରେମ ନିବେଦନକୁ ଗ୍ରହଣ କରିନଥିଲେ ପୀଡିତା । ଆଉ ଏହାରି ଭିତରେ ପୀଡିତା  ଏବଂ ଅନ୍ୟ ସାଙ୍ଗ ଆଶୁ ମଧ୍ୟରେ ଗଢି ଉଠିଥିଲଊା ପ୍ରେମର ସଂପର୍କ । ଯାହାକୁ ସହିପାରିନଥିଲା ପିତୁ । ପିତୁର ପ୍ରେମକୁ ପ୍ରତ୍ୟାଖାନ କରି ତା ସାଙ୍ଗକୁ ଭଲ ପାଇବାରୁ ପୀଡିତାଙ୍କୁ ପାନେ ଚଖାଇବା ପାଇଁ ବାଟ ଖୋଜୁଥିଲା ପିତୁ । ମନେ ମନେ ସୁଯୋଗର ଅପେକ୍ଷାରେ ଥିଲା । ହେଲେ ଏସବୁ ବିଷୟରେ ଅଜଣା ଥିଲେ ପୀଡିତା । ଏହାରି ଭତରେ ପୀଡିତାଙ୍କ ଜନ୍ମଦିନ ପାଳିବା ପାଇଁ ସବୁ ସାଙ୍ଗ ମିଶିକରି କାଠଗଡା ସାହିରେ ଥିବା ନାବାଳକ ସାଙ୍ଗର କାଫେକୁ ଯାଇଥିଲେ । ସେଠି ଖିଆପିଆ, ମଉଜମଜଲିସ୍ ବାହାନାରେ ପୀଡିତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଜବରଦସ୍ତି କରିଥିଲା ବୟଫ୍ରେଣ୍ଡ ଆଶୁ । ଆଉ ସେହି ସମୟର ଦୃଶ୍ୟକୁ ନାବାଳକ କାଫେ ମାଲିକ ତା ଫୋନରେ କଏଦ୍ କରିଥିଲା ।

ତା ପରଦିନ କାଫେ ମାଲିକ ଉକ୍ତ ଭିଡିଓକୁ ଆଶୁ ଏବଂ ପିତୁକୁ ଦେଖାଇଥିଲା । ଯାହାକୁ ଦେଖି ସୁଯୋଗର ସନ୍ଧାନରେ ଥିବା ପିତୁ ମୁଣ୍ଡରେ ସଇତାନି ଭାବନା ଆସିଥିଲା । ଉକ୍ତି ଭିଡିଓକୁ ନେଇ ପିତୁ ଏବଂ ନାବାଳକ କାଫେ କାଲିକ ଆଶୁକୁ ବ୍ଲାକମେଲ କରି ପୀଡିତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ କହିଥିଲେ । ଆଶୁ ପୀଡିତାଙ୍କୁ ଭିଡିଓ କଥା କହି ପୁଣି କାଫେକୁ ଡାକିଥିଲା । ଭିଡିଓ ଭାଇରାଲ ହେବା ଭୟରେ ପୀଡିତା ଜଣଙ୍କ କାଫେକୁ ଆସିବା ପରେ ନାବାଳକ କାଫେ ମାଲିକ ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲା ।

ତେବେ ପିତୁର ସଇତାନି ଦିମାକ୍ ଏଠି ଅଟକିନଥିଲା, ପିତୁ ନିଜେ ପୀଡିତାଙ୍କ ସହ ଶାରୀରିକ ସଂପର୍କ ରଖିବ ବୋଲି ଆଶୁକୁ କହି ପୁନର୍ବାର ପୀଡିତାଙ୍କୁ ଡାକି ବାରଙ୍ଗର ତ୍ରିଶୁଳିଆ ନେଇଥିଲେ । ସେଠି ଉଭୟ ପିତୁ ଓ ତାର ସାଙ୍ଗ ଲକି ମିଶି ପୀଡିତାଙ୍କ ସହ ଦୁଷ୍କର୍ମ କରିଥିଲେ । ତେବେ ଏହି ୪ ଜଣଙ୍କୁ ଛାଡିଦେଲେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ପୀଡିତାଙ୍କ ସହ ଦୁଷ୍କର୍ମ କରିନଥିବା ସ୍ପଷ୍ଟ କରିଛି ପୋଲିସ୍ । ସେମାନେ କେବଳ ମୋବାଇଲରେ ଭିଡିଓ ରଖି ପୀଡିତାଙ୍କୁ ବ୍ଲାକମେଲ କରୁଥିଲେ । ତେବେ ସବୁ ଘଟଣା ବିଷୟରେ ପୀଡିତା ତାଙ୍କ ଏତଲାରେ ଲେଖିଥିବା ସୂଚନା ଦେଇଛି ପୋଲିସ୍ ।

ତେବେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ଫୋନ୍ ଏବଂ ଘଟଣା ଦିନ ପିନ୍ଧିଥିବା ପୋଷାକ ସବୁକୁ ପୋଲିସ୍ ରାଜ୍ୟ ଫରେନ୍ସିକ୍ ପାଖକୁ ପଠାଟାଇଥଇବା ସୂଚନା ମିଳିଛି । ଏଥିସହିତ ଏହି ଘଟଣାରେ ଯାହା ଯାହା ପ୍ରମାଣ ମିଳିଛି, ସେଥିରେ ଦୋଷୀଙ୍କୁ ଦଣ୍ଣିତ କରିବା ପାଇଁ ପର୍ଯ୍ୟାପ୍ତ ବୋଲି କହିଛନ୍ତି କଟକ ଡିସିପି । ଏଥିସହିତ ଖୁବ୍ ଶୀଘ୍ର ଏହି ଘଟଣାରେ ଚାର୍ଜସିଟ୍ ଦାଖଲ କରାଯିବ ।

Comments are closed.