Latest Odisha News

ବନ୍ଦ କୋଠରୀରୁ ଉଦ୍ଧାର ହେଲା ଅଧ୍ୟାପକଙ୍କ ଗଳିତ ମୃତ ଦେହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମାଣିକନଗର ଅଞ୍ଚଳର ଏକ ବନ୍ଦ କୋଠରୀରୁ ଗୁରୁବାର ଦିନ ପୋଲିସ ଏକ କଲେଜ ଅଧ୍ୟାପକଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି ।

ମୃତକ ଜଣଙ୍କ ଭଦ୍ରକ ଜିଲ୍ଲାର ରାଜେନ୍ଦ୍ର ଭୂଇଁଆ ବୋଲି ଜଣାପଡିଛି । ମୃତ ରାଜେନ୍ଦ୍ର ସ୍ଥାନୀୟ ଏକ କଲେଜରେ ଯୁକ୍ତ ଦୁଇ ବିଜ୍ଞାନର ଫିଜିକ୍ସ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ ।

ଘର ମାଲିକଙ୍କ କହିବା ଅନୁସାରେ ରାଜେନ୍ଦ୍ର ଗତ ୨୦ ଦିନ ହେବ ତାଙ୍କ ଘରେ ଭଡାରେ ରହି ଆସୁଥିଲେ । କିନ୍ତୁ ପାଖାପାଖି ଦୁଇ ସପ୍ତାହ ହେବ ସେ ଘର କବାଟ ଖୋଲୁ ନଥିଲେ। ତେବେ ଘରୁ ଦୁର୍ଗନ୍ଧ ବହାରିବାରୁ ଘର ମାଲିକ ଗୁରୁବାର ଦିନ ପୋଲିସକୁ ସୂଚନା ଦେଇଥିଲେ ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧର କରିବା ସହ ଏକ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ମଧ୍ୟ ଆରମ୍ଭ କରିଛି ।

Leave A Reply

Your email address will not be published.