Latest Odisha News

ପ୍ରିନ୍ସିପାଲଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ଛାତ୍ର

ଇନ୍ଦୋର: ଗୁରୁ-ଶିଷ୍ୟ ପରମ୍ପରା ଆମ ସଂସ୍କୃତିରେ ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି । ଶିଷ୍ୟ ଏଠି ଗୁରୁଙ୍କୁ ଭଗବାନଙ୍କ ସ୍ଥାନରେ ରଖି ପୂଜା କରିଥାଏ । ହେଲେ ଏବେ ଏହାର ଅବକ୍ଷୟର ଚିତ୍ର ସାମ୍ନାକୁ ଆସିଛି । ଗୁରୁଙ୍କୁ  ଶତ୍ରୁ ବୋଲି ଭାବି ଜଣେ ଛାତ୍ର ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛି । ଏମିତି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ବିଏମ ଫାର୍ମାସୀ କଲେଜରେ ।

ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ବିଏମ ଫାର୍ମାସୀ କଲେଜର ପ୍ରିନ୍ସପାଲ ବିମୁକ୍ତା ଶର୍ମା । ତାଙ୍କୁ ଜଣେ ଛାତ୍ର ପେଟ୍ରୋଲ ଢାଳି ପୋଡି ଦେଇଛି । ସ୍ଥାନୀୟ ଲୋକେ ବିମୁକ୍ତାଙ୍କୁ ଚୋହତରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ  ।  ଘଟଣା ସୋମବାର ଘଟିଥିବାବେଳେ ଶନିବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଅନ୍ୟ କିଛି କାରଣ ନୁହେଁ, କଲେଜ ତରଫରୁ ମାର୍କସିଟ ଦେବାରେ ଡେରି ହୋଇଥିବା ଅଭିଯୋଗ ଆଣି ଛାତ୍ର ଜଣକ ଏଭଳି କାଣ୍ଡ ଭିଆଇଛନ୍ତି ।

ପୋଲିସ ସୂଚନା ଅନୁଯାୟୀ, ଫେବୃଆରୀ ୨୦ ତାରିଖରେ ବିଏମ ଫାର୍ମାସୀ କଲେଜର ଆଶୁତୋଷ ନାମକ ଜଣେ ଛାତ୍ର ବିମୁକ୍ତା ଶର୍ମାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଫଳରେ ତାଙ୍କ ଶରୀରର   ୯୦ ପ୍ରତିଶତ ପୋଡି ଯାଇଥିଲା । ଏଥିରେ ଆଶୁତୋଷ ଶରୀରର କିଛି ଅଂଶ ମଧ୍ୟ ପୋଡି ଯାଇଥିଲା ।

Comments are closed.