Latest Odisha News

BREAKING NEWS

ବିରୂପା ନଦୀକୁ ଡେଇଁ ଛାତ୍ର ନିଖୋଜ

କଟକ: କଟକର ବିରୁପା ନଦୀକୁ ସୋମବାର ଦିନ ଜଣେ ଯୁକ୍ତ ୩ର ଛାତ୍ର ଡେଇଁ ନିଖୋଜ ହୋଇଯାଇଛନ୍ତି।

ବ୍ରିଜ ଉପରେ ସାଇକେଲ ଓ ମୋବାଇଲ ଛାଡି ଛାତ୍ର ପ୍ରଦିପ କୁମାର ଦାସ ନଦୀକୁ ଡେଇଁ ପଡିଥିବା ସୂଚନା ମିଳିଛି।

ଏନେଇ ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀ ଏବଂ ପୋଲିସକୁ ଖବର ଦେଇଥିଲେ।

ତେବେ ଶେଷ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଉଦ୍ଧାରକାରୀ ଦଳ ଛାତ୍ରଙ୍କୁ ଖୋଜିବାରେ ଲାଗିଥିଲେ। ଏଭଳି ନିଷ୍ପତ୍ତି ନେବା ପଛରେ କି କାରଣ ରହିଛି ଏପର୍ଯ୍ୟନ୍ତ ଜଣାପଡି ନାହିଁ। ତେବେ ତାଙ୍କ ପରିବାରକୁ ଏନେଇ ସୂଚନା ଦିଆଯାଇଛି।

Comments are closed.