Latest Odisha News

ପ୍ରେମିକାଙ୍କ କଣ୍ଢେଇ ତିଆରି କରି କଲେ ବିବାହ, ଏବେ ୩ଟି ସନ୍ତାନର ବାପା !

ନୂଆଦିଲ୍ଲୀ: ଭଗବାନଙ୍କ ଏକ ଅଦ୍ଭୁତ ରଚନା ହେଉଛି ମନ । କାହା ପ୍ରତି ଏହା ଢ଼ଳିବ ତାହା କେହି ଭବିଷ୍ୟବାଣୀ କରିପାରିବେ ନାହିଁ । କଲମ୍ବିଆର ଏକ ଯୁବକଙ୍କ ପ୍ରେମ କାହାଣୀ ଆପଣମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । କ୍ରିଷ୍ଟିଆନ ମୋଟେନେଗ୍ରୋ ନାମକ ଏକ ଯୁବକ ନତାଲିୟା ନାମକ ଯୁବତୀ ଭଲ ପାଉଥିଲେ । ଦୀର୍ଘ ଦିନର ସମ୍ପର୍କ ପରେ ନତାଲିୟା ତାଙ୍କୁ ଛାଡି ପଳାଇ ଯାଇଥିଲେ । ଏଥିରେ ମୋଟେନେଗ୍ରୋ ଭାଙ୍ଗି ପଡିଥିଲେ । ଏକୁଟିଆ ସେ ରହିପାରିଲେ ନାହିଁ । ଶେଷରେ ନତାଲିୟାଙ୍କ ଅବିକଳ ଏକ କଣ୍ଢେଇ ତିଆରି କଲେ । ଅଧିକ ସମୟ କଣ୍ଢେଇ ସହିତ କାଟିବା ପରେ ତାଙ୍କ ମନ ହାଲକା ହୋଇଥିଲା । ଅନ୍ୟ ଅର୍ଥରେ ସେ କଣ୍ଢେଇ ପ୍ରେମରେ ପଡି ଯାଇଥିଲେ । କିଛି ଦିନ ପରେ ସେ କଣ୍ଢେଇକୁ ବିବାହ କରି ଚର୍ଚ୍ଚାକୁ ଆସିଥିଲେ । ଏବେ ନିକଟରେ ସେ ସୋସିଆଲ ମିଡିଆରେ ନାତାଲିୟା ୩ଟି ସନ୍ତାନର ମାଆ ହୋଇଛନ୍ତି ବୋଲି ଘୋଷଣା କରିଥିଲେ ।

କଣ୍ଢେଇ ପୁଣି ସନ୍ତାନ ଜନ୍ମ କରିବ ! ଏହା ସମସ୍ତଙ୍କୁ ଚକିତ କରିଥିଲା । ପରେ ଯେତେବେଳେ ସତ୍ୟତା ଜଣାପଡିଲା ସମସ୍ତେ ମୁରକି ହସି ରହି ଯାଇଥିଲେ । ମୋଟେନେଗ୍ରୋ ୩ଟି ଛୋଟ ଛୁଆ କଣ୍ଢେଇ ତିଆରି କରିଥିଲେ । ତାଙ୍କ ମତରେ ଏହି ୪ଜଣଙ୍କୁ ନେଇ ମୋ ପରିବାର । ମୁଁ ସର୍ବଦା ଏମାନଙ୍କ ସହିତ ରହୁଛି ଓ ଭଲରେ ଚଳୁଛି । ହୁଏତ ତାଙ୍କ ପ୍ରେମର ପରିଭାଷାକୁ କିଏ କେଉଁ ରୂପ ଦେଇବାରେ । ତେବେ ସେ ହତାଶ ନ ହୋଇ ପ୍ରେମ ଜାରୀ ରଖିଛନ୍ତି ଏହାଠାରୁ ବଡ କଥା ଆଉ କଣ ହୋଇପାରେ ।

Comments are closed.