ଆଗକୁ ଆସୁଛି ହୋଲି । ହୋଲି ହେଉଛି ବନ୍ଧୁତା ଏବଂ ସମ୍ପର୍କର ପର୍ବ । ଚଳିତ ବର୍ଷ ହୋଲି ପର୍ବକୁ ନିଆରା ଢଙ୍ଗରେ ପାଳିବାକୁ ଯାଉଛି ହେଲ୍ପ ହ୍ୟାଣ୍ଡସ୍ ଫାଉଣ୍ଡେସନ୍ । ସ୍ୱାସ୍ଥ୍ୟକର ଓ ହର୍ତ୍ସଉଲ୍ଲାସରେ ହୋଲି ପାଳନ ପାଇଁ ଆୟୋଜନ କରୁଛି ‘ଫଲ୍ ରସିଆ’ ନାମକ ଏକ କାର୍ଯ୍ୟକ୍ରମ । କ୍ଷତିକାରକ ରାସାୟନିକ ପଦାର୍ଥରେ ମିଶ୍ରିତ ରଙ୍ଗ ବଦଳରେ ଅର୍ଗାନିକ୍ ଫଳର ପ୍ରାକୃତିକ ରଙ୍ଗ ସହିତ ହୋଲି ପାଳନ କରିବେ । ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭରେ ଥିବା ବ୍ଲୁ ସ୍ପ୍ଲାସ୍ ୱାଟରପାର୍କ କ୍ୟାମ୍ପସରେ ଅନୁଷ୍ଠିତ ହେବ । ଏଥିରେ ବଲିଉଡ କଳାକାର ତଥା ବିଗ୍ ବସ୍ ବିଜେତା ତେଜସ୍ୱୀ ପ୍ରକାଶ, ଏଲଏସଡି ଗାର୍ଲସ ବ୍ୟାଣ୍ଡ, ଡିଜେ ଏବଂ ଓଲିଉଡ୍ର ଅଭିନେତ୍ରୀ ପ୍ରିୟା ଚୌଧୁରୀ, ସୁପ୍ରିୟା ନାୟକ, ସସ୍ମିତା ପଣ୍ଡା, ମନସ୍ୱିନୀ, କୁକିଜ୍, ଗୁଡୁ, ଅଭିଜିତ୍ ଦାଶ ଓ ଅନ୍ୟମାନେ ମଧ୍ୟ ସାମିଲ୍ ହେବେ । ଏହି କାର୍ଯ୍ୟକ୍ରମରେ ଏଥିନିକ୍ ଫ୍ୟାଶନ୍ ସୋ\’ ବ୍ୟତୀତ ପାରମ୍ପରିକ ଓଡିଆ ଖାଦ୍ୟ, ଡିଜେ, ମ୍ୟୁଜିକ୍, ବ୍ୟାଣ୍ଡ, ଗେମ୍ସ, କମେଡି ଏବଂ ଅନ୍ୟାନ୍ୟ ମନୋରଞ୍ଜନର ବ୍ୟବସ୍ଥା ହୋଇଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରୁଛନ୍ତି ‘ଗ୍ଲାମର୍ ୭୭’ ର ସଞ୍ଜୟ ମହାକୁଡ଼, ହେଲ୍ପ ହ୍ୟାଣ୍ଡସ ଫାଉଣ୍ଡେସନର ରୁଦ୍ର ନାରାୟଣ ବେହେରା, ୱାଟର ପାର୍କ ର ମ୍ୟାନେଜିଙ୍ଗ ଡାଇରେକ୍ଟର ରାଜୀବ ପୂଜାରୀ, ମିଡିଆ ପ୍ଲାନର୍ ର ପ୍ରଣୟ ଜେଠୀ ଏବଂ ଡାକ୍ତର ଉପାସନା ମହାନ୍ତି ।
BREAKING NEWS
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
- Rourkela Plane Crash: ରାଉରକେଲା ବିମାନ ଦୁର୍ଘଟଣା; ସ୍ଥାନୀୟ ଜନସାଧାରଣଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ: ଚର୍ଚ୍ଚାରେ ଅକ୍ଷର ପଟେଲଙ୍କ ବୟାନ
Comments are closed.