Latest Odisha News

BREAKING NEWS

ମାଆ ହେବେ କମେଡ଼ିଆନ ସୁଗନ୍ଧା, ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ବେଶ୍ ଉତ୍ସାହିତ

ମୁମ୍ବାଇ: ଖୁବ୍‌ଶୀଘ୍ର ମାଆ ହେବାକୁ ଯାଉଛନ୍ତି ଅଭିନେତ୍ରୀ ତଥା କମେଡିଆନ ସୁଗନ୍ଧା ମିଶ୍ର । ରବିବାର ସେ ତାଙ୍କ ପ୍ରଶଂସକଙ୍କ ସହ ଏହି ନ୍ୟୁଜ ସେୟାର କରିଛନ୍ତି । ସେ ସୋସିଆଲ ମିଡିଆରେ ତାଙ୍କର ବେବି ବମ୍ପର ଅନେକ ଫଟୋ ସେୟାର କରିଛନ୍ତି । ଏହି ଖବର ପାଇବା ପରେ ତାଙ୍କର ପ୍ରଶଂସକମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଅଭିନେତ୍ରୀ ସୁଗନ୍ଧା ଏବଂ ତାଙ୍କ ସ୍ୱାମୀ ସଙ୍କେତ ଭୋସଲେ ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବା ନେଇ ବହୁତ ଉତ୍ସାହିତ ଅଛନ୍ତି । ସୁଗନ୍ଧା ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ଜଲ୍‌ଦ ହି କୋଇ ଆନେ ବାଲା ହୈ । ହମ ବିଲକୁଲ ଭି ଇନ୍ତେଜାର ନେହିଁ କର ପା ରହେ ହୈ । ଆପଣମାନଙ୍କ ଭଲପାଇବା ଏବଂ ଆଶୀର୍ବାଦ ଆମ ଉପରେ ଥାଉ । ଏହି ଫଟୋଗୁଡ଼ିକରେ ସୁଗନ୍ଧା ଏକ ମେରୁନ କଲର ଥାଇ-ହାଇ ସ୍ଲିଟ ଗାଉନରେ ନିଜ ବେବି ବମ୍ପ ଦେଖାଉଥିବା ବେଳେ ତାଙ୍କ ସହିତ ଅଛନ୍ତି ସଙ୍କେତ । ସଙ୍କେତ ପିଙ୍କ ସାର୍ଟ ଏବଂ ଡେନିମ ଜିନ୍ସରେ ନଜର ଆସିଛନ୍ତି । ଏହି ଫଟୋକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।

୨୦୨୧ ମସିହରେ ଅଭିନେତ୍ରୀ ସୁଗନ୍ଧ ମିଶ୍ର ଏବଂ ସଙ୍କେତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କରୋନା ଅବଧି ସମୟରେ, ଉଭୟ ନିଜ ପରିବାର ମଧ୍ୟରେ ଅତି ନିରାଡମ୍ବର ବିବାହ କରିଥିଲେ । ଉଭୟ ବର୍ଷ ବର୍ଷ ଧରି ଭଲ ବନ୍ଧୁ ଥିଲେ ଏବଂ ସେମାନଙ୍କ ଆଫେୟାର ଖବର ଦୀର୍ଘ ସମୟ ଧରି ଆଲୋଚନା ହେଉଥିଲା । ଏବେ ଦୁଇ ବର୍ଷର ବିବାହ ପରେ ଏହି ଦମ୍ପତି ବାପାମାଆ ହେବାକୁ ଯାଉଛନ୍ତି ।

Leave A Reply

Your email address will not be published.