ମୁମ୍ୱାଇ : ଆକ୍ଟର ତଥା ଫେମସ୍ କମେଡିଆନ ସୁନୀଲ ଗ୍ରୋଭର ହାର୍ଟ ସର୍ଜରୀ ପରେ ଗୁରୁବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କର ସଫଳତାରେ ସହ ହାର୍ଟ ସର୍ଜରୀ କରିଥିଲେ ହାର୍ଟ ଇଷ୍ଟିଚ୍ୟୁଟର ଡାକ୍ତରମାନେ । ଗୁରୁବାର ହସ୍ପିଟାଲରୁ ଡିସଚାର୍ଜ ହେବା ସମୟରେ ସୁନୀଲ କ୍ୟାମେରା ମ୍ୟାନ ମାନଙ୍କୁ ହାତରେ ହାର୍ଟ ସିମ୍ବଲ ଦେଖାଇ ପୋଜ ଦେଇ ଫଟୋ ଉଠାଇଥିଲେ ।
ସୂଚନା ଅନୁସାରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ୪୪ ବର୍ଷୀୟ ସୁନୀଲ ମୁମ୍ବାଇର ଏସିଆନ ହାର୍ଟ ଇଷ୍ଟିଚ୍ୟୁଟରେ ଭର୍ତି କରାଯାଇଥିଲା ।ଇସିଜି କରାଯିବା ପରେ ସେ ହୃଦଘାତରେ ପୀଡିତ ଅଛନ୍ତି ବୋଲି ଡାକ୍ତର ସୂଚନା ଦେଇଥିଲେ । ସେ ହସ୍ପିଟାଲରେ ଭର୍ତି ହେବା ସମୟରେ କୋଭିଡ ପଜିଟିଭ ଥିଲେ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।
ଆନଜିଓଗ୍ରାଫିରେ ତାଙ୍କ ହାର୍ଟରେ ତିନୋଟି ବ୍ଲକ ଥିବା ଡାକ୍ତର ଦେଖିଥିଲେ । ପରେ ସୁନୀଲଙ୍କ ୪ ଟି ବାଇପାସ ସର୍ଜରି କରାଯାଇଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ସୁନୀଲଙ୍କୁ କିଛି ଦିନ ପାଇଁ କିଛିଟା ନିୟମ ମାନିବାକୁ ଡାକ୍ତର କହିଛନ୍ତି ।ସେ ମେଡିସିନ ଖାଇବେ , ଠିକ୍ ଭାବେ ଖାଦ୍ୟ ଖାଇବା ସହ ବ୍ୟାୟାମ ଏବଂ ଯୋଗ କରବେ ବୋଲି ଡାକ୍ତର ରମାକାନ୍ତ ପଣ୍ଡା କହିଛନ୍ତି । ସୁନୀଲ ଡିସଚାର୍ଜ ହେବା ପରେ ତାଙ୍କ ଫ୍ୟାନ ମାନେ ସୁନିଲଙ୍କ ମଙ୍ଗଳ କାମନ କରିଛନ୍ତି ।ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ପ୍ରଶଂସକ ମାନେ ପ୍ରାର୍ଥନା କରିଛନ୍ତି ।
Comments are closed.