Latest Odisha News

ଶେଷ ପର୍ଯ୍ୟାୟ ନିର୍ବାଚନ ସମୟରେ କମିଲା କମର୍ସିଆଲ ଏଲପିଜି ଦର

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ପୂର୍ବରୁ ଗ୍ରାହକଙ୍କୁ ମିଳିଳା ଆଶ୍ଵସ୍ତି । କମିଲା କମର୍ସିଆଲ ଏଲପିଜି ଦର । ଲଗାତର ତୃତୀୟ ଥର ପାଇଁ ଏଲପିଜି ଦର ହ୍ରାସ କରିଛନ୍ତି ସରକାରୀ ତୈଳ ଏବଂ ଗ୍ୟାସ ବିତରଣ କମ୍ପାନୀ । ଗଣତନ୍ତ୍ରର ମହାନ ପର୍ବ ତଥା ଲୋକସଭା ନିର୍ବାଚନ ଆରମ୍ଭ ହେବା ଦିନରୁ ଆଜି ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ତିନି ଥର ହ୍ରାସ ପାଇଛି।

ସରକାରୀ ତୈଳ କମ୍ପାନୀଦ୍ଵାରା ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆଜିଠାରୁ ଦେଶର ବିଭିନ୍ନ ସହରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୭୦ ଟଙ୍କା ହ୍ରାସ କରାଯାଇଛି। ତେବେ ଏହି ରିହାତିର ଲାଭ କେବଳ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଉପରେ ମିଳିବ । ସେପଟେ ଘରୋଇ ବ୍ୟବହାର ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ |

ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୬୯.୫୦ ଟଙ୍କା ହ୍ରାସ ପାଇ ୧୬୭୬ ଟଙ୍କା ରହିଛି । ଏହାପୂର୍ବରୁ ଏପ୍ରିଲ ମାସରେ ଏହାର ମୂଲ୍ୟ ୧୯ ଟଙ୍କା ହ୍ରାସ ପାଇ ୧୭୪୬ ଟଙ୍କା ୫୦ ପଇସା ରହିଥିଲା । ସେହିଭଳି କୋଲକାତାରେ ୧୯ କେଜି ଏଲପିଜି ସିଲିଣ୍ଡରର ଦର ୧୭୮୭ ଟଙ୍କା ଥିବା ବେଳେ ମୁମ୍ବାଇରେ ୧୬୨୯ ଟଙ୍କା ଏବଂ ଚେନ୍ନାଇରେ ୧୮୪୦ ଟଙ୍କା ୫୦ ପଇସା ରହିଛି । ତେବେ ଅନ୍ତିମ ପର୍ଯ୍ୟାୟ ମତଦାନ ସମୟରେ ଏଲପିଜି ଦର ହ୍ରାସ ପାଇଛି ।

 

Comments are closed.