Latest Odisha News

କମିଲା ଗ୍ୟାସ୍ ସିଲିଣ୍ଡର ମୂଲ୍ୟ: କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୮୩.୫ ଟଙ୍କା ହ୍ରାସ

ନୂଆଦିଲ୍ଲୀ: ଆଗକୁ ନିର୍ବାଚନ ଆସୁଥିବାରୁ ଏବେ ଧୀରେ ଧୀରେ ସାମଗ୍ରୀ ମୂଲ୍ୟ ହ୍ରାସ ହେବାରେ ଲାଗିଛି। ଜୁନ ପହିଲାରୁ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଛି। ଏଲପିଜି ସିଲିଣ୍ଡର ଦାମ୍ କମ୍ ହୋଇଛି। ତେବେ ଏଥିରେ ପରିବାର ଉପରେ କିଛି ପ୍ରଭାବ ପଡ଼ିବ ନାହିଁ। କାରଣ ଘରୋଇ ଗ୍ୟାସ୍‌ ସିଲିଣ୍ଡର ନୁହେଁ, କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦର ହ୍ରାସ ହୋଇଛି।

ଦିଲ୍ଲୀରେ କମର୍ସିଆଲ୍ ଗ୍ୟାସ୍ ଦର ୧୯ କେଜି ସିଲିଣ୍ଡର ଦାମ ୮୩.୫୦ ଟଙ୍କା ହ୍ରାସ ପାଇଛି। ଫଳରେ ୧୯ କେଜି ସିଲିଣ୍ଡର ଦାମ ୧୮୫୬,୫୦ରୁ ହ୍ରାସ ପାଇ ୧୭୭୩ ହୋଇଛି। ଗତ ମାସରେ କମର୍ସିଆଲ୍ ଏଲ୍‌ପିଜି ସିଲିଣ୍ଡର ଦାମରେ ୧୭୨ ଟଙ୍କା ହ୍ରାସ ହୋଇଥିଲା। ହେଲେ ସେତେବେଳେ ବି ଘରୋଇ ଗ୍ୟାସ୍ ଦର କମି ନଥିଲା।

ଦର ହ୍ରାସ ପରେ କୋଲକାତାରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ୧୮୭୫.୫୦ ହୋଇଥିବା ବେଳେ ମୁମ୍ବାଇରେ ୧୭୨୫, ଚେ୍ନାଇରେ ୧୯୩୭ ହୋଇଛି। ବିହାର ରାଜଧାନୀ ପାଟନାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୩ ଟଙ୍କା କମିବା ପରେ ୨୦୨୧.୫ ରହିଛି। ସେହିପରି ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏହାର ମୂଲ୍ୟ ୧୯୦୯ ଟଙ୍କା, ପଞ୍ଜାବ ଅମୃତସରରେ ୧୮୯୫.୫, ଉତ୍ତରାଖଣ୍ଡ ଡେରାଡୁନରେ ୧୮୩୯.୫, ଜୟପୁରରେ ୧୮୧୮.୫ ଓ ରାଞ୍ଚିରେ ୧୯୪୯ ଟଙ୍କା ରହିଛି।

କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡରକୁ ବାଦ ଦେଲେ ପେଟ୍ରୋଲିୟମ କମ୍ପାନୀ ଫ୍ଲାଇଟ ଇନ୍ଧନରେ ଦାମ ବି ବହୁତ ଖସାଇଥିବା ଜଣାଯାଇଛି। ତେବେ ଘରୋଇ ସିଲିଣ୍ଡର ଦାମ୍‌ ଏବେ ୧୧ଶହ ଟଙ୍କା ଉପରେ ଥିବାରୁ ଉପଭୋକ୍ତାଙ୍କ ପକେଟକୁ ଏହା ଖୁବ୍‌ ବାଧୁଛି। ହେଲେ ଏହାର ମୂଲ୍ୟ ଖସାଇବା ନିମନ୍ତେ କୌଣସି ଉଦ୍ୟମ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।

ସେହିପରି ଘରୋଇ ଏଲ୍‌ପିଜି ଗ୍ୟାସ୍‌ର ମୂଲ୍ୟ ପ୍ରତି ୧୫.୪ କେଜିକୁ ଦିଲ୍ଲୀରେ ୧୦୦୦୩ ଟଙ୍କା ରହିଛି। ସେହିପରି କୋଲାକାତ, ମୁମ୍ବାଇ, ଚେନ୍ନାଇର ମୂଲ୍ୟ ଯଥାକ୍ରମେ ୧୦୨୯, ୧,୦୦୨.୫, ଏବଂ ୧,୦୧୮.୫ ହୋଇଛି।

Comments are closed.