ନୂଆଦିଲ୍ଲୀ: ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ଼ ଝଟକା । ବଢିଲା ଗ୍ୟାସ୍ ସିଲିଣ୍ଡର ଦର । ୧୯ କେଜି ଗ୍ୟାସ୍ ସିଲିଣ୍ଡର ଦର ବଢିଛି । ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦର ୬ ଟଙ୍କା ବୃଦ୍ଧି ହୋଇଛି । ୧୭୯୭ ଟଙ୍କା ରୁ ବଢି ୧୮୦୩ ଟଙ୍କାରେ ପହଞ୍ଚିଛି ଏଲପିଜି ଦର । କୋଲକାତାରେ ଏହାର ଦର ୧୯୦୭ ଟଙ୍କା ଜାଗାରେ ୧୯୧୩ ଟଙ୍କା ହୋଇଛି ।
ମାସ ଆରମ୍ଭରୁ ତୈଳ କମ୍ପାନୀ ଦ୍ବାରା ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଥାଏ । ଏହା ପୂର୍ବରୁ ଗତ ଫେବୃଆରୀ ମାସରେ ବଜେଟ୍ ଦିନ ୭ ଟଙ୍କା କମିଥିଲା । ତେବେ ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ମାର୍ଚ୍ଚ ମାସରେ କମର୍ସିଆଲ ସିଲିଣ୍ଡର ଦର ପ୍ରାୟ ଅଧିକ ଟଙ୍କା ବଢିଥାଏ । ଗତ ବର୍ଷ ୨୬ ଟଙ୍କା ବଢିଥିଲ । ମାତ୍ର ଏଥର ୬ ଟଙ୍କା ବୃଦ୍ଧି ହୋଇଛି । ଗତ ୫ ବର୍ଷ ତୁଳନାରେ ଏହା ସବୁଠୁ କମ୍ ବୋଲି କୁହାଯାଉଛି ।
Comments are closed.