Latest Odisha News

BREAKING NEWS

ରମେଶର ଗୁପ୍ତ ଘରେ ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ବାଡର ଚଢ଼ାଉ

କାମାକ୍ଷାନଗର : ନକଲି ଡାକ୍ତର ରମେଶର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ପୋଲିସ ହାତରେ ଲାଗିଛି ନୂଆ ନୂଆ ତଥ୍ୟ । ଆଉ ଆଜି ଢେଙ୍କାନାଳ କାମାକ୍ଷାନଗର ଘରେ ମିଳିତ ଚଢ଼ାଉ କରିଛି ଭୁବନେଶ୍ବର ମହିଳା କମିଶନରେଟ ପୋଲିସ ଓ ସ୍ପେଶାଲ ସ୍କ୍ବାଡ । ଗୁପ୍ତ କୋଠରୀର ପର୍ଦ୍ଦାଫାସ କରିବେ ୭ ଜଣିଆ ସ୍ବତନ୍ତ୍ର ଟିମ୍ । ଫେରାର କେୟାର ଟେକର ନୃସିଂହ ରାଉତକୁ ମହିଳା ପୋଲିସ ଓ ସ୍ପେଶାଲ ସ୍କ୍ବାଡ ମାରାଥନ ଜେରା କରିଛି । ବହୁ ପତ୍ନୀ ସହ ଲୋକଙ୍କୁ ଠକିଥିବା ଭଳି ସଙ୍ଗୀନ ଅଭିଯୋଗ ରମେଶ ନାଁରେ ଆସିଥିଲା । ପାଠ ନପଢ଼ି ବି ରାଜ୍ୟର କୋଣ ଅନୁକୋଣରେ ଗଢ଼ିଥିଲା କଳା ସାମ୍ରାଜ୍ୟ ।

ଅଙ୍ଗ ତସ୍କରି ସାଙ୍ଗକୁ ଚିଟିଂ କରିବାରେ ମାହିର ଥିଲା ରମେଶ । ଧୀରେ ଧୀରେ ରମେଶ ଠାରୁ ଗୋଟିଏ ପରେ ଗୋଟିଏ ସତ ଓଗାରୁଛି କମିଶନରେଟ ପୋଲିସ । ରମେଶର କଣ ରହିଛି ଆଉ ସବୁ ଅପରାଧିକ ନେଟଓ୍ବର୍କ, ସସବୁର ଖୋଳତାଡ କରୁଛି ପୋଲିସ । ପ୍ରଥମ ପର୍ଯ୍ୟାୟରେ ୭ ଦିନିଆ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିଥିଲା ପୋଲିସ । ଆଉ ଦ୍ବିତୀୟ ପର୍ଯ୍ୟାୟରେ ରମେଶକୁ ୩ ଦିନ ପାଇଁ ରିମାଣ୍ଡରେ ନେଇ ଜେରା କରୁଛି ପୋଲିସ । ଏହାସହ ରମେଶର ଠକେଇ ସିଣ୍ଡିକେଟରେ ସଂପୃକ୍ତ ଥିବା ଭଉଣୀକୁ ମଧ୍ୟ ପୋିସ ଗିରଫ କରିଛି । ଘଟଣାରେ ରମେଶର ଭିଣୋଇ ଡ୍ରାଇଭର ଏବେ ବି ଫେରାର ଅଛନ୍ତି ।

Comments are closed, but trackbacks and pingbacks are open.