Latest Odisha News

BREAKING NEWS

Cyber fraud: କମିଶନରେଟ୍ ପୋଲିସ ହାତରେ ବିହାରର ସାଇବର ଠକ; ଅପହରଣ ଅଭିଯୋଗରେ ବନ୍ଧାହେଲେ ୫

ଭୁବନେଶ୍ବର: ସାଇବର ଠକକୁ ଅପହରଣ ଓ ୨୫ ଲକ୍ଷରେ ମୁଣ୍ଡ ଜାମିନ ଅଭିଯୋଗରେ ୫ ଗିରଫ । ସାଇବର ଠକକୁ ବିହାରରୁ ଡାକି ଅପହରଣ କରିବା ସହ ୨୫ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି ଚନ୍ଦକା ପୋଲିସ । ଅଭିଯୁକ୍ତ ମାନଙ୍କ ନିକଟରୁ ମୋବାଇଲ, ଛୁରୀ, ୩ଟି ଆକାଉଣ୍ଟ ଜବତ କରିଛି ଚନ୍ଦକା ଥାନା ପୋଲିସ ।

ସାଇବର ଠକ ମାନଙ୍କ ପକ୍ଷରୁ ୩ ଟି ବ୍ୟାଙ୍କ ଆକାଉଣ୍ଟ ସିଜ କରିଛି ପୋଲିସ । ଗୋଟେ ଆକାଉଣ୍ଟ ରେ ୧.୫ କୋଟି, ଆଉ ଗୋଟେ ରେ ୩ କୋଟି ଓ ଅନ୍ୟ ଏକ ଆକାଉଣ୍ଟ ରେ ୫ କୋଟି ଟଙ୍କା ନେଣଦେଣ ବେଳେ ସମସ୍ତ ଆକାଉଣ୍ଟ କୁ ସିଜ କରିଛି ପୋଲିସ ।

ରାଜ୍ୟ ବାହାର ପୋଲିସ ସହ କମିଶନରେଟ୍ ପୋଲିସ ଯୋଗାଯୋଗ କରିଛି । ଆବଶ୍ୟକ ପଡିଲେ ସାଇବର ଠକ ମାନଙ୍କୁ ରିମାଣ୍ଡରେ ଆଣିପାରେ କମିଶନରେଟ୍ ପୋଲିସ ।

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମହିଳାଙ୍କ ନାଁରେ ମ୍ୟୁଲ୍‌ ଆକାଉଣ୍ଟ ଖୋଲିଥିଲେ ।  କିଛି ମାସ ପୂର୍ବରୁ ପ୍ରୟାଗରାଜରେ ସାଇବର ଠକ ସମସ୍ତେ ଦେଖା ହୋଇଥିଲେ ଓ ଆକାଉଣ୍ଟକୁ ବିହାରର ସାଇବର ଠକ ମାନଙ୍କୁ ଦେଇଥିଲେ । ୧.୪ ପ୍ରତିଶତରେ ବିହାରର ସାଇବର ଠକଙ୍କୁ ଦେଇଥିଲେ । ସେହି ଆକାଉଣ୍ଟ ଗୁଡିକରେ ଅଧିକ ଠକେଇ ହେବା ପରେ ବ୍ୟାଙ୍କ ମ୍ୟାନେଜର ତାଗିଦ କରିଥିଲେ । ପରେ ଯାହାକୁ ବ୍ୟାଙ୍କ ଆକାଉଣ୍ଟ ଦେଇଥିଲେ ତାକୁ ଭୁବନେଶ୍ୱର ଡାକି ଅପହରଣ କରିଥିଲେ ।

Comments are closed.