Latest Odisha News

BREAKING NEWS

କଟକରେ ଫାଇନାନ୍ସ କମ୍ପାନୀରୁ ଲୁଟ୍ ଘଟଣାରେ ସମସ୍ତ ଅଭିଯୁକ୍ତ ଅଟକ

କଟକ: କମିଶନରେଟ ପୋଲିସକୁ ବଡ଼ ସଫଳତା । କଟକ ନୟାସଡକ ସ୍ଥିତ ଫାଇନାନ୍ସ କମ୍ପାନୀରୁ ଟଙ୍କା ଓ ସୁନା ଗହଣା ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ଡକ୍ଚର ସୁଧାଂଶୁ ଷଡଙ୍ଗୀ ।

ପୋଲିସ କମିଶନର କହିଛନ୍ତି, ଲୁଟ୍ ସୁନା ସହ ବାଇକ ଜବତ କରାଯାଇଛି । ଜାରି ରହିଛି ତଦନ୍ତ ପ୍ରକ୍ରିୟା । ଏହାସହ ଟ୍ୱିନ୍ ସିଟିର ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର ।
କମ୍ ସମୟରେ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଛି । ଗତ ୧୯ ତାରିଖରେ କଟକ ନାୟସଡ଼କରେ ଓଓୠଖ ଅର୍ଥ ଲଗାଣକାରୀ ସଂସ୍ଥାରୁ ଲୁଟ୍ ହୋଇଥିଲା । ସ୍ପଷ୍ଟ ଦିବାଲୋକରେ କିଛି ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଫାଇନାନ୍ସ କମ୍ପାନୀରୁ ଟଙ୍କା ଓ ସୁନା ଅଳଙ୍କାର ଧରି ଚମ୍ପଟ ମାରିଥିଲେ । ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଖୋଳତାଡ ଚଳାଇଥିଲା କଟକ ପୋଲିସ ।

Leave A Reply

Your email address will not be published.