କଟକ: ଆସନ୍ତା ୯ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ସେହିପରି ୮ ତାରିଖ ଦିନ ଅଭ୍ୟାସ ମ୍ୟାଚ ହେବାକୁ ଯାଉଅଛି ।
ଏହି ଦିନ ମ୍ୟାଚ୍ ଓ ଖେଳାଳି ମାନଙ୍କୁ ଦେଖିବା ନିମନ୍ତେ ବାରବାଟୀ ଷ୍ଟାଡିୟମ୍ ଓ ଏହାର ଆଖପାଖରେ ବିପୁଳ ଜନସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଖେଳାଳି ମାନଙ୍କ ସୁରକ୍ଷା ଓ ଜନସାଧାରଣଙ୍କ ସୁଗମନାଗମନ ନିମନ୍ତେ ଓଡିଶା ସହରାଞ୍ଚଳ ଆଇନ୍ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ପୋଲିସ କମିଶନରେଟ୍ ଭୁବନେଶ୍ୱର-କଟକ (ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର) ରେଗୁଲେଶନ ୨୦୦୮ ର ଧାରା ୩୬ ଅନୁସାରେ ନିମ୍ନଲିଖିତ କଟକଣା ଗୁଡ଼ିକ ତା. ୦୮.୧୨.୨୦୨୫ ରିଖ ଅଭ୍ୟାସ ମ୍ୟାଚ ଦିନ ୧୨ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏବଂ ତା. ୦୯.୧୨ .୨୦୨୫ ରିଖ ଦିନ ସକାଳ ୮ ଘଟିକା ଠାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଲାଗୁ କରାଯାଉଛି ।
ତେବେ ଜାଣନ୍ତୁ କେଉଁ ପଟେ ଯାତାୟାତ କରିବେ…
୧. ମାତାମଠ ପଟୁ ମହାନଦୀ ରିଂ ରୋଡ଼ ରେ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାଡିଗୁଡିକୁ ପାକିଂ କରି ପାରିବେ । କେବଳ ପାସ୍ ଥିବା ଯାନବାହନ ଗୁଡିକ ବାୟୋ ଡିପୋ ଗଡାର ବାମକୁ ଯାଇ ଉପର ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାକିଂ କରିପାରିବେ ।
୨. ହାୱଡ଼ା ମୋଟର ଛକ ଏବଂ ମଣିସାହୁ ଛକ ଆଡୁ ଆସୁଥିବା ଯାନବାହାନ ଗୁଡିକ ଗ୍ରୀନାର୍ ହୋଟେଲ୍ ଛକରୁ ସିଧା ମଧୁସୂଦନ ଛକ ଆଡକୁ ଯାଇ ପାରିବେ ନାହିଁ, ସେମାନେ ପୁରୁଣା “ଲ” ହଷ୍ଟେଲ ଛକ ଦେଇ ମହାନଦୀ ରିଂ ରୋଡ଼୍ ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାଡିଗୁଡିକୁ ପାକିଂ କରି ପାରିବେ ।
୩.କେବଳ ପାସ୍ ଥିବା ଗାଡି ବ୍ୟତୀତ ଅନ୍ୟ କୌଣସି ଯାନବାହନ ବିଜୁ ପଟ୍ଟନାୟକ ଛକ କିମ୍ବା ଚଣ୍ଡୀ ଛକ ଆଡୁ ବାରବାଟୀ ଷ୍ଟାଡିୟମ୍ ଆଡକୁ ଯାଇପାରିବେ ନାହିଁ । ସେମାନେ ତଳ ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାକିଂ କରିପାରିବେ।
୪.କୌଣସି ଯାନବାହନ ଆନନ୍ଦ ଭବନ ଛକରୁ ଭାୟା କିଲ୍ଲା ଫୋର୍ଟ ଦେଇ ବାଲିଯାତ୍ରା ପଡ଼ିଆ ଆଡକୁ ଯାଇପାରିବେ ନାହିଁ । ସେମାନେ କ୍ୟାଣ୍ଟନ୍ ମେଣ୍ଟ ଥାନା ଛକ ଦେଇ ତଳ ବାଲିଯାତ୍ରା ପଡ଼ିଆରେ ଗାଡି ରଖିପାରିବେ।
୫.ସମାଜ ଅଫିସ ଛକ ଆଡୁ ଆସୁଥିବା ଯାନବାହାନ ଗୁଡିକ ମଧ୍ୟରୁ ପାସ୍ ଥିବା ଯାନବାହାନ ବ୍ୟତୀତ ଅନ୍ୟ କୌଣସି ଯାନବାହାନ ହନୁମାନ ମନ୍ଦିର ଛକରୁ ସିଧା ମଧୁସୂଦନ ଷ୍ଟାଚ୍ୟୁ ଆଡକୁ ଯାଇ ପାରିବେ ନାହିଁ ।
୬. ଓଡ଼ିଶା କ୍ରିକେଟ୍ ଏକାଡ଼େମୀ ପଡ଼ିଆରେ ଗାଡି ପାକିଂ କରିବା ନିମନ୍ତେ ପାସ୍ ଥିଲେ ସେମାନେ ୱା.ଏମ୍.ସି.ଏ ରାସ୍ତା ଓ ଲାୟନ ଆଇ ହସ୍ପିଟାଲ୍ ଦେଇ ନିଜ ଗାଡ଼ିକୁ ପାକିଂ କରି ପାରିବେ ।
୭.ରିଜର୍ଭ ପୁଲିସ୍ ଲାଇନ ଆଡୁ ଆସୁଥିବା ଯାନବାହାନ ଗୁଡିକ ଓଡ଼ିଶା ପୁଲିସ ସଂଘ (ଓପା) ଠାରୁ ବାରବାଟୀ ଷ୍ଟାଡିୟମ୍ ଆଡକୁ ଯାଇ ପାରିବେ ନାହିଁ ।
୮.ପାସ୍ ଥିବା ଯାନ ବ୍ୟତୀତ ମଧୁସୂଦନ ଷ୍ଟାଚ୍ୟୁ ଛକରୁ କୌଣସି ଗାଡ଼ି ବାରବାଟୀ ଷ୍ଟାଡିୟମ୍ ଆଡକୁ ଯାଇ ପାରିବେ ନାହିଁ ।
୯. କେବଳ ପାସ୍ ଥିବା ଗାଡି ବ୍ୟତୀତ ଅନ୍ୟକୌଣସି ଗାଡି ଲାୟନ୍ସ ଆଇ ହସ୍ପିଟଲ୍ ଛକରୁ କିଲ୍ ଖାନା ରାସ୍ତା ଦେଇ ବାରବାଟି ଷ୍ଟାଡିୟମ୍ ଆଡକୁ ଯାଇ ପାରିବେ ନାହିଁ । ସେମାନେ ମହାନଦୀ ରିଂ ରୋଡ଼ ରେ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାକିଂ କରି ପାରିବେ ।
୧୦. କୌଣସି ଭାରିଯାନ ମହାନଦୀ ଓ କାଠଯୋଡି ରିଂ ରୋଡ଼୍ ଏବଂ ସହର ମଧ୍ଯରେ ଚଳପ୍ରଚଳ ନିଷେଧ ସକାଳ ୮ ଘଟିକା ଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ।
୧୧. ତା. ୦୮.୧୨.୨୦୨୫ରିଖ ରେ ବାରବାଟୀ ଷ୍ଟାଡିୟମରେ ଖେଳାଳିଙ୍କ ଅଭ୍ୟାସ ମ୍ୟାଚ ନିମନ୍ତେ ମହାନଦୀ ରିଂ ରୋଡ୍ ଯଥା ଚହଟା ଛକ ଓ ଶିଖରପୁର ଛକ ରୁ ବାମ୍ବୋ ଡିପୋ ପର୍ଯ୍ୟନ୍ତ ଦିବା ୧୨ ଘଟିକା ରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ସମ୍ପୂର୍ଣ ନିଷେଧ ।
ଉପରୋକ୍ତ କଟକଣା ଗୁଡ଼ିକ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ (ଫାୟାର, ଆମ୍ବଲାନ୍ସ ଓ ପୁଲିସ ) ଚଳାଚଳ ନିମନ୍ତେ ଲାଗୁ ହେବ ନାହିଁ।