Latest Odisha News

BREAKING NEWS

ଆସନ୍ତାକାଲିଠୁ ପ୍ରବାସୀ ଭାରତୀୟ ଦିବସ, ଜାରି ହେଲା ଟ୍ରାଫିକ କଟକଣା

ଭୁବନେଶ୍ଵର: ଆସନ୍ତାକାଲି ଠାରୁ ଭୁବନେଶ୍ଵରସ୍ଥିତ ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ । ଏଥିରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ ଆଡଭାଇଜରି ଜାରି କରିଛି କମିଶନରେଟ୍ ପୋଲିସ । ୮ ତାରିଖରୁ ୧୦ ତାରିଖ ଯାଏଁ କମିଶନରେଟ୍ ପୋଲିସ ଟ୍ରାଫିକ କଟକଣା କରିଛି । ଭିଭିଆଇପିଙ୍କ ଗସ୍ତକୁ ଦେଖି ନିର୍ଦ୍ଦିଷ୍ଟ ସମୟ ଓ ଅଞ୍ଚଳ ପାଇଁ କଟକଣା ଜାରି କରାଯାଇଛି ।

ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଅଞ୍ଚଳ, ପାୱାର ହାଉସ୍, ୧୨୦ ବାଟାଲିୟନ, ଶାସ୍ତ୍ରୀ ନଗର, ବେହେରା ସାହି, ଜୟଦେବ ବିହାର, ଜାଭିୟର, ନାଲ୍‌କୋ ଛକ ଆଦି ଅଞ୍ଚଳ ପାଇଁ କଟକଣା ଜାରି କରାଯାଇଛି । ଭିଭିଆଇପିଙ୍କ ଯାତ୍ରା ସମୟରେ ସଂପୃକ୍ତ ଅଞ୍ଚଳରେ ଅନ୍ୟ ଗାଡ଼ି ପ୍ରବେଶକୁ ବାରଣ କରାଯାଇଛି । ୮ ତାରିଖ ସନ୍ଧ୍ୟା ୭ଟା୫୦ରୁ ୮ଟା୨୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ- ହସ୍ପିଟାଲ ଛକ, ଏଜି ଛକ – ବାମ ମୋଡ, ରାଜଭବନ ରାସ୍ତା ବନ୍ଦ ରହିବ ।

ସେହିପରି ୯ ତାରିଖରେ ସକାଳ ୯ଟା୩୦ରୁ ସକାଳ ୧୦ଟା ପର୍ଯ୍ୟନ୍ତ ରାଜଭବନ ଛକ, ପାୱାରହାଉସ ଛକ, ୧୨୦ ବିଏନ ଛକ, ଶାସ୍ତ୍ରୀନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଜାଭିୟର ଛକ ଓ ନାଲକୋ ଛକ ସର୍ବାସାଧାରଣଙ୍କ ପାଇଁ ସାମୟିକ ଭାବରେ ବନ୍ଦ ରହିବ । ଏହାପରେ ସକାଳ ୧୧ଟା୨୦ରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ନାଲକୋ ଛକ, ଜାଭିୟର ଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀନଗର ଛକ, ୧୨୦ ବିଏନ ଛକ, ପାୱାର ହାଉସ ଛକ, ରାଜଭବନ ଛକ – ବାମ ମୋଡ, ଏଜି ଛକ – ଡାହାମମୋଡ, ହସ୍ପିଟାଲ ଛକ, ଏୟାରପୋର୍ଟ ଛକ ବନ୍ଦ ରହିବ । ପୁଣି ଅପରାହ୍ମ ୪ଟା ୨୦ରୁ ୪ଟା୫୦ ମିନିଟ୍ ମଧ୍ୟରେ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ – ବାମ ମୋଡ, ରାଜଭବନ ରାସ୍ତା ବନ୍ଦ ରହିବ ।

ସେହିପରି ୧୦ ତାରିଖ ସକାଳ ୧୧ଟା୨୦ ମିନିଟରୁ ୧୧.୫୦ ମିନିଟ୍ ପର୍ଯ୍ୟନ୍ତ ରାଜଭବନ ଛକ, ପାୱାରହାଉସ ଛକ, ୧୨୦ ବିଏନ ଛକ, ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ନାଲକୋ ଛକ ବନ୍ଦ ରହିବ । ତା’ପରେ ଅପରାହ୍ଣ ୪ଟା୫୦ ମିନିଟରୁ ସନ୍ଧ୍ୟା ୫ଟା୨୫ ମିନିଟ ପର୍ଯ୍ୟନ୍ତ ନାଲକୋ ଛକ, ଜାଭିୟର ଛକ, ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀ ନଗର ଛକ, ୧୨୦ ବିଏନ ଛକ, ପାୱାର ହାଉସ ଛକ – ବାମ ମୋଡ, ଏଜି ଛକ – ଡାହାଣ ମୋଡ, ହସ୍ପିଟାଲ ଛକ, ଏୟାରପୋର୍ଟ ଛକ ବନ୍ଦ ରହିବ ।

ତେବେ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହନ (ଫାୟାର ଏବଂ ଆମ୍ୱୁଲାନ୍ସ) ଚଳାଚଳ ନିମନ୍ତେ ଏହି ନିୟମ ଲାଗୁ ହେବ ନାହିଁ । ତେଣୁ ସେହି ସମୟରେ ଉକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟତ କରିବା ନିମନ୍ତେ କମିଶନରେଟ ପୋଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି ।

Leave A Reply

Your email address will not be published.