Latest Odisha News

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ସମସ୍ତ ମ୍ୟାଚ ଜିତି ସେମିରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ

କଟକ: ଜବାହରଲାଲ ନେହରୁ ଷ୍ଟାଡିୟମଠାରେ ଖେଳା ଯାଉଥିବା ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସରେ ଲଗାତାର ସବୁ ମ୍ୟାଚରେ ବିଜୟ ହୋଇ ସେମିରେ ଜାଗା ପକ୍କା କରିଛନ୍ତି ଉଭୟ ଭାରତୀୟ ମହିଳା ଓ ପୁରୁଷ ଟେବୁଲ ଟେନିସ ଦଳ ।

ସୂଚନା ମୁତାବକ ଗୁରୁବାର ଭାରତୀୟ ପୁରୁଷ ଦଳ ‘ଗ୍ରୁପ-ଏଫ’ରେ ୱେଲଜ ସହ ଖେଳିଥିବା ଶେଷ ମ୍ୟାଚ ଔପଚାରିକତା ଭାବେ ଖେଳି ବିଜୟୀ ହୋଇଥିଲା ।

ସେହିପରି ଭାରତୀୟ ମହିଳା ଦଳ ‘ଗ୍ରୁପ-ଏଫ’ରେ ୱେଲଜ(୩-୦), ମାଲେସିଆ(୩-୦) ଏବଂ ନାଇଜେରିଆ(୩-୦)କୁ ହରାଇ ଜବରଦସ୍ତ ଜିତ୍ ହାସଲ କରିବା ସହ ନିଜପାଇଁ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ଏହା ପୂର୍ବରୁ ଭାରତୀୟ ପୁରୁଷ ଦଳ ଶ୍ରୀଲଙ୍କା ଓ ମାଲେସିଆ କୁ (୩-୦)ରେ ପରାସ୍ତ କରିଥିଲେ ।

Comments are closed.