ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପୁଣି ସ୍ବର୍ଣ୍ଣ ପଦକ ମିଳିଛି । ଭାରତକୁ ରେସଲିଂରେ ଏହି ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି । ଭାରତର ଷ୍ଟାର ରେସଲର ତଥା ଡିଫେଣ୍ଡିଂ ଚାମ୍ପିୟନ ବଜରଙ୍ଗ ପୁନିଆ ଜିତଛନ୍ତି ସ୍ୱର୍ଣ୍ଣ। ସେ ୬୫ କେଜି ବର୍ଗର ଫ୍ରିଷ୍ଟାଇଲରେ କାନାଡାର ଲାଚଲାନ ମ୍ୟାକନିଲଙ୍କୁ ୯-୨ ହରାଇ ଚାମ୍ପିୟନ ହୋଇଛନ୍ତି। ଫାଇନାଲ ମ୍ୟାଚରେ ମ୍ୟାକନିଲ ପ୍ରଥମରୁ ଆଟାକିଂ ଖେଳିଥିଲେ। ସେ ବାରମ୍ବାର ବଜରଙ୍ଗଙ୍କ ଲେଗକୁ ଆଟାକ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏହାପରେ ବଜରଙ୍ଗ ଲେଗ ଆଟାକ କରି ୩ ପଏଣ୍ଟ ହାସଲ କରିଥିଲେ। ମହିଳା ଫ୍ରିଷ୍ଟାଇଲ୍ 62 କେଜି ଓଜନ ବର୍ଗ ଫାଇନାଲରେ ଭାରତର ସାକ୍ଷୀ ମଲିକ୍ କାନାଡାର ଆନା ଗୋଡିନେଜ ଗୋଞ୍ଜାଲେଜଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛନ୍ତି । ଏହା ସହ ଭାରତକୁ 8ଟି ସ୍ବର୍ଣ୍ଣପଦକ ମିଳିଛି ।
Comments are closed.