Latest Odisha News

BREAKING NEWS

ଭାରତରେ ଆରମ୍ଭ ହେଲାଣି ଗୋଷ୍ଠୀ ସଂକ୍ରମଣ: ଇଣ୍ଡିଆନ ମେଡିକାଲ ଆସୋସିଏସନ

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି । ଦେଖୁଦେଖୁ ଦେଶରେ ମୋଟ କରୋନା ମାମଲା ୧୦ ଲକ୍ଷ ଟପିଲାଣି । ତେବେ ଭାରତରେ ସଂକ୍ରମଣର ତୃତୀୟ ପର୍ଯ୍ୟାୟ ଅର୍ଥାତ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଥିବା ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ସତର୍କ କରାଯାଇଛି ।

ଆଇଏମଏ ହସ୍ପିଟାଲର ବୋର୍ଡ ଅଫ୍ ଇଣ୍ଡିଆ ଚେୟାରମ୍ୟାନ ଡାକ୍ତର ବି କି ମୋଙ୍ଗା ଦେଇଥିବା ସୁଚନା ଅନୁସାରେ, “ଦେଶର କରୋନା ସଂକ୍ରମିତଙ୍କ ସଂଖ୍ୟା ଅସମ୍ଭାଳ ଭାବେ ବଢ଼ିବାରେ ଲାଗିଛି । ଦେଶର ସ୍ଥିତି ଖରାପ ଆଡକୁ ଗତି କରୁଛି । ଗ୍ରାମାଞ୍ଚଳରେ ଏହା ଅଧିକ ବ୍ୟାପୁଥିବା ଦେଖିବାକୁ ମିଲିଲାଣି। ଏହା ସଂକ୍ରମଣର ତୃତୀୟ ଅର୍ଥାତ ଗୋଷ୍ଠୀ ସଂକ୍ରମଣ ଅଟେ” ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲଗାତାର ଭାବେ ଗୋଷ୍ଠୀ ସଂକ୍ରମଣ ହେଉନଥିବା ଦାବି କରି ଆସୁଥିବା ବେଳେ ଡାକ୍ତର ମୋଙ୍ଗାଙ୍କ ଏହି ବୟାନ ଅଧିକ ଗୁରୁତ୍ୱପୂର୍ଣ୍ଣ ।

ବର୍ତ୍ତମାନ ଭାରତ କରୋନା ସଂକ୍ରମଣ ତାଲିକାରେ ତୃତୀୟ ସ୍ଥାନରେ ରହିଛି ।

Leave A Reply

Your email address will not be published.