Latest Odisha News

ଓଜନ କମାଇବା ପାଇ ଏହି କମ୍ପାନୀ କର୍ମଚାରୀଙ୍କୁ ଦେଉଛି ଲକ୍ଷ ଲକ୍ଷ ଟଙ୍କାର ବୋନସ

ବେଜିଂ: ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ଏକ ଖବର ପ୍ରକାଶ ପାଇଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏଠାକାର ଆଇଟି କମ୍ପାନୀ କର୍ମଚାରୀଙ୍କୁ ଓଜନ କମାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବୋନସ ଆକାରରେ ଦେଉଛି । ରିପୋର୍ଟ ମୁତାବକ ଅରାଶୀ ହ୍ୱିଜନ ଇଙ୍କ ଇନଷ୍ଟା ୩୬୦ ଟେକ କମ୍ପାନୀ କର୍ମଚାରୀଙ୍କ ପାଇଁ ଏହି ଅଫର ଆଣିଛି । କର୍ମଚାରୀଙ୍କୁ ଏଥିପାଇଁ ରେଜିଷ୍ଟର କରିବାକୁ ପଡିବ । ପ୍ରତ୍ୟେକ ୦.୫ କିଗ୍ରା ଓଜନ କମାଇବାର ପ୍ରମାଣ କର୍ମଚାରୀ ଦେଲେ ୬୧୦୦ ଟଙ୍କାର ବୋନସ ମିଳିବ । ଯେଉଁମାନେ ୨୦ କିଲୋରୁ ଅଧିକ ଓଜନ କମାଇଛନ୍ତି ସେମାନେ ପାଖାପାଖି ୨.୪୭ ଲକ୍ଷ ଟଙ୍କାର ବୋନସ ପାଇଛନ୍ତି ।

ଅର୍ଥ ଲୋଭ ଯୋଗୁ କର୍ମଚାରୀମାନେ ନିଜକୁ ସୁସ୍ଥ କରୁଛନ୍ତି । ଯାହାକି ଆମ କମ୍ପାନୀ ପାଇଁ ଖୁସୀର ଖବର । ଶୀଘ୍ର କିପରି ଓଜନ କମିବ ସେ ନେଇ ମଧ୍ୟ ଟିପ୍ସ ଶେୟାର କରାଯାଉଛି । ଚୀନର ଏହି ଟେକ କମ୍ପାନୀର ଅଭିନବ ଉପାୟ ଧୀରେ ଧୀରେ ଗ୍ରହଣୀୟ ହେଉଛି । ଅନ୍ୟ ବଡ ବଡ ଦେଶର କମ୍ପାନୀମାନେ ମଧ୍ୟ ଏବେ ଏହି ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ମାତ୍ରାଧିକ ସମୟ କମ୍ପ୍ୟୁଟର ପାଖରେ ବସିବା ଫଳରେ ଶରୀରର ଚର୍ବି ହ୍ରାସ ପ୍ରକ୍ରିୟା କମି ଯାଉଛି । କର୍ମଚାରୀଙ୍କ ନିକଟରେ କାମ କରିବା ଆଗ୍ରହ ମଧ୍ୟ କମୁଛି । ଏହି ପଦକ୍ଷେପ ଆଗାମୀ ଦିନରେ ଗେମ ଚେଂଜର ହେବ ବୋଲି ଭାରତର ଜଣେ ଆଇଟି କମ୍ପାନୀ ପ୍ରମୁଖ କହିଛନ୍ତି ।

Comments are closed.